ନେଲାନି ଆମ୍ବୁଲାନ୍ସ, ସାନ ଭାଇର ମୃତଦେହ କୋଳରେ ଧରି ବସିଛି ବଡଭାଇ
ରାସ୍ତା କଡରେ 2 ବର୍ଷର ଭାଇର ମୃତଦେହ କୋଳରେ ଧରି ବସିଛି 8 ବର୍ଷର କୁନି ପୁଅଟି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ମୋରେନା ଅଞ୍ଚଳରେ ।
ଭୋପାଳ: ମନା କରିଦେଲା ଆମ୍ବୁଲାନ୍ସ । ଅନ୍ୟ କେଉଁ ଗାଡିରେ ନେବା ପାଇଁ ଆବଶ୍ୟକ ଯଥେଷ୍ଟ ଟଙ୍କା । ଗାଡି ଟିଏ ପାଇଁ ରାସ୍ତାରେ ଏଣେ ତେଣେ ଧାଉଁଛି ଗରିବ ଅସହାୟ ବାପାଟିଏ । ରାସ୍ତା କଡରେ 2 ବର୍ଷର ଭାଇର ମୃତଦେହ କୋଳରେ ଧରି ବସିଛି 8 ବର୍ଷର କୁନି ପୁଅଟି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ମୋରେନା ଅଞ୍ଚଳରେ । ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ଏହି ଦୃଶ୍ୟଟି ନିଜ ମୋବାଇଲରେ କଏଦ କରିଥିଲେ ।

ଏତେ ଟଙ୍କା ଦେବାକୁ ସକ୍ଷମ ନଥିବା ପୂଜାରାମ ରାସ୍ତାରେ ଦୁଇ ପୁଅକୁ ବସେଇ ଗାଡି ଖୋଜିବା ପାଇଁ ଚାଲିଯାଇଥିଲେ । ଏଣେ ତେଣେ ବୁଲି ନିଜ ହିସାବରେ ଗାଡି ଖୋଜୁଥିଲେ । ଅନେକ ସମୟ ଧରି ଗୁଲସନ ଭାଇର ମୃତଦେହ କୋଳରେ ଧରି ବାପାର ଆସିବା ବାଟକୁ ଅନେି ବସିଥିବା ଦେଖିବାକୁ ମିଳିଥିଲା ।












Click it and Unblock the Notifications