ୟୁଟ୍ୟୁବର ବବି କଟାରିଆ ଫେରାର ମାମଲା, ଧରାଇଲେ ମିଳିବ ପୁରସ୍କାର
ବିବାଦୀୟ ୟୁଟ୍ୟୁବର୍ ବବି କଟାରିଆଙ୍କର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ ରାସ୍ତାରେ ଚେୟାର ଉପରେ ବସି ମଦ୍ୟପାନ କରିବା ତାଙ୍କୁ ପଡିଛି ମହଙ୍ଗା।
ଡେରାଡୁନ: ବିବାଦୀୟ ୟୁଟ୍ୟୁବର୍ ବବି କଟାରିଆଙ୍କର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ବିଚ୍ ରାସ୍ତାରେ ଚେୟାର ଉପରେ ବସି ମଦ୍ୟପାନ କରିବା ତାଙ୍କୁ ପଡିଛି ମହଙ୍ଗା। ଏହି ମାମଲାରେ ଉତ୍ତରାଖଣ୍ଡ ପୋଲିସ ନିକଟରେ କଟାରିଆଙ୍କୁ ଗିରଫ କରିବା ପାଇଁ ହରିୟାଣାର ଗୁରୁଗ୍ରାମ ସ୍ଥିତ ତାଙ୍କ ଘରେ ଚଢ଼ାଉ ମଧ୍ୟ କରିଥିଲା ପୁଲିସ। କିନ୍ତୁ ସେ ଫେରାର ଥିବା ଜଣାପଡିଥିଲା।

ଏବେ ଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ । ବର୍ତ୍ତମାନ ଫେରାର ବବି କଟାରିଆଙ୍କ ନାଁରେ 25 ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଜାମିନ ବିହୀନ ଗିରଫ ପରୱାନା ମଧ୍ୟ ଜାରି କରାଯାଇଛି।
ଭିଡିଓ ଭାଇରାଲ ହେବା ପରେ ଡେରାଡୁନ-ମସୁରୀ ଜାତୀୟ ରାଜପଥରେ ମଦ୍ୟପାନ କରିଥିବା ତଦନ୍ତ ପରେ ଜଣାପଡିଥିଲା। ଏହାପରେ ପୋଲିସ କଟାରିଆଙ୍କ ବିରୋଧରେ ମାମଲା ରୁଜୁ କରି ତିନୋଟି ନୋଟିସ୍ ପଠାଇଥିଲା। କିନ୍ତୁ ସେ ନୋଟିସର ଉତ୍ତର ଦେଇନଥିଲେ ବବି। ଏହାପରେ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା ପୋଲିସ।












Click it and Unblock the Notifications