For Quick Alerts
Turn On Notification  
For Daily Alerts
Oneindia App Download

ବିମାନ ଭିତରେ ଧୂମ୍ରପାନ କରି ବିବାଦରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ବିମାନ ଭିତରେ ଶୋଇ ସିଗାରେଟ ଟାଣୁଛନ୍ତି ଯୁବକ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଯୁବକ ଜଣକ ପରିଚିତ ଚେହେରା ବବି କାଟାରିଆ ବୋଲି ଜଣାପଡୁଛି ।

|

ନୂଆଦିଲ୍ଲୀ: ବିମାନ ଭିତରେ ଶୋଇ ସିଗାରେଟ ଟାଣୁଛନ୍ତି ଯୁବକ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଯୁବକ ଜଣକ ପରିଚିତ ଚେହେରା ବବି କାଟାରିଆ ବୋଲି ଜଣାପଡୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଯୁବକ ଜଣକ ଫ୍ଲାଇଟ ଭିତରକୁ ସିଗାରେଟ ତ ନେଇଛନ୍ତି, ଲାଇଟର ଆଦି କିପରି ନେଲେ? ତାଙ୍କୁ ଏନେଇ ଅନୁମତି ମିଳିଲା ? ଏତେ କଡା ସୁରକ୍ଷା ଭିତରେ ଏପରି ଭୁଲ ହେଲା କେମିତି ?

bobby kataria
ଭିଡିଓଟି ଭାଇରାଲ ହେବା ପରେ ଅନେକ ଏହାକୁ ନେଇ ଟ୍ବିଟରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଦେଖାଯାଇଛି । ଏହି ଭିଡିଓ ବାବଦରେ ଅବଗତ ହେବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଅଭିଯୋଗକୁ ଗମ୍ଭୀରତାର ସହିତ ନେଇ ସିନ୍ଧିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।


ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତଦନ୍ତ ନିର୍ଦ୍ଦେଶ ମିଳି ସାରିଛି, ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଭିଡିଓଟି କିଛି ମାସ ତଳର ବୋଲି ମଧ୍ୟ ଅନୁମାନ କରାଯାଉଛି ।


ଇନଷ୍ଟାଗ୍ରାମରେ ବବି କାଟାରିଆଙ୍କର ମିଲିୟନ ମିଲିୟନ ଫଲୋୟର୍ସ ଓ ଭିୟୁର୍ସ ମଧ୍ୟ ରହିଛନ୍ତି । ସେ ସୋସିଆଲ ମିଡିଆରେ ଆହୁରି ଲୋକପ୍ରିୟ ହେବା ପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ବିମାନ ମଧ୍ୟରେ ଏପରି ଅପରାଗତା ଦେଖାଇବା ପରେ ସୋସିଆଲ ମିଡିଆରେ କଡା ସାମାଲୋଚନାର ଶିକାର ହୋଇଛନ୍ତି ବବି । ଏଥସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ମଧ୍ୟ ଜୋର ଧରିବାରେ ଲାଗିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
A video is making rounds on social media in which Bobby Kataria can be seen lighting a cigarette inside an aircraft and taking a couple of puffs.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X