Get Updates
Get notified of breaking news, exclusive insights, and must-see stories!

ବିମାନ ଭିତରେ ଧୂମ୍ରପାନ କରି ବିବାଦରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ବିମାନ ଭିତରେ ଶୋଇ ସିଗାରେଟ ଟାଣୁଛନ୍ତି ଯୁବକ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଯୁବକ ଜଣକ ପରିଚିତ ଚେହେରା ବବି କାଟାରିଆ ବୋଲି ଜଣାପଡୁଛି ।

ନୂଆଦିଲ୍ଲୀ: ବିମାନ ଭିତରେ ଶୋଇ ସିଗାରେଟ ଟାଣୁଛନ୍ତି ଯୁବକ । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଯୁବକ ଜଣକ ପରିଚିତ ଚେହେରା ବବି କାଟାରିଆ ବୋଲି ଜଣାପଡୁଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ଯୁବକ ଜଣକ ଫ୍ଲାଇଟ ଭିତରକୁ ସିଗାରେଟ ତ ନେଇଛନ୍ତି, ଲାଇଟର ଆଦି କିପରି ନେଲେ? ତାଙ୍କୁ ଏନେଇ ଅନୁମତି ମିଳିଲା ? ଏତେ କଡା ସୁରକ୍ଷା ଭିତରେ ଏପରି ଭୁଲ ହେଲା କେମିତି ?

bobby kataria
ଭିଡିଓଟି ଭାଇରାଲ ହେବା ପରେ ଅନେକ ଏହାକୁ ନେଇ ଟ୍ବିଟରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ ଦେଖାଯାଇଛି । ଏହି ଭିଡିଓ ବାବଦରେ ଅବଗତ ହେବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଅଭିଯୋଗକୁ ଗମ୍ଭୀରତାର ସହିତ ନେଇ ସିନ୍ଧିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।


ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏପରି କାର୍ଯ୍ୟକଳାପକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତଦନ୍ତ ନିର୍ଦ୍ଦେଶ ମିଳି ସାରିଛି, ସମ୍ପୃକ୍ତ ଯୁବକଙ୍କ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଭିଡିଓଟି କିଛି ମାସ ତଳର ବୋଲି ମଧ୍ୟ ଅନୁମାନ କରାଯାଉଛି ।


ଇନଷ୍ଟାଗ୍ରାମରେ ବବି କାଟାରିଆଙ୍କର ମିଲିୟନ ମିଲିୟନ ଫଲୋୟର୍ସ ଓ ଭିୟୁର୍ସ ମଧ୍ୟ ରହିଛନ୍ତି । ସେ ସୋସିଆଲ ମିଡିଆରେ ଆହୁରି ଲୋକପ୍ରିୟ ହେବା ପାଇଁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ବିମାନ ମଧ୍ୟରେ ଏପରି ଅପରାଗତା ଦେଖାଇବା ପରେ ସୋସିଆଲ ମିଡିଆରେ କଡା ସାମାଲୋଚନାର ଶିକାର ହୋଇଛନ୍ତି ବବି । ଏଥସହିତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ମଧ୍ୟ ଜୋର ଧରିବାରେ ଲାଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+