ମଝୀ ନଦୀରେ ବୁଡିଗଲା ଡଙ୍ଗା,୫ ଯାତ୍ରୀ ନିଖୋଜ

ପାଟନା: ରବିବାର ବିହାରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପାଟନା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି ।

ଡଙ୍ଗାରେ ଥିବା ୧୧ ଜଣ ଯାତ୍ରା କୌଣସି ମତେ ପହଁରି ପହଁରି କୂଳରେ ପହଂଚିଛନ୍ତି । ଅନ୍ୟ ୫ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳୁଛି । ନିଖୋଜଙ୍କ ସନ୍ଧାନ ଜାରି ରହିଛି । ଏସ୍‌ଡିଆର୍ଏଫ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଅନ୍ୟପକ୍ଷରେ ପାଟନାର ଏସଏସପି କହିଛନ୍ତି ଯେ ଡଙ୍ଗାରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ ଗୋଟିଏ ପରିବାରର ୧୭ ସଦସ୍ୟ ।

Boat capsizes in Ganga river

ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ପାଞ୍ଚଜଣ ସଦସ୍ୟ ନିଖୋଜ ଅଛନ୍ତି । ଦୁର୍ଘଟଣାର ଖବର ପାଇବା ପରେ ନିଖୋଜ ଲୋକଙ୍କ ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି । ଲୋକମାନେ ନଦୀ କୂଳରେ ଏକାଠି ହୋଇ ନିଜ ପ୍ରିୟପରିଜନଙ୍କୁ ଅପେକ୍ଷା କରିଥିବା ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+