ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ମୁଖ୍ୟ ଅଭିଯୁକ୍ତକୁ ୭ ଦିନିଆ ହେପାଜତକୁ ନେଲା ପୋଲିସ

ମୁମ୍ବାଇ : ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ଜୁଲାଇ ୧୭ ପର୍ଯ୍ୟନ୍ତ ୭ ଦିନିଆ ପୋଲିସ ହେପାଜତରେ ପଠାଯାଇଛି । ପାଖାପାଖ୍ ୭୨ ଘଣ୍ଟା ଧରି ରାଜ୍ୟସାରା ଖୋଜାଖୋଜି ପରେ ମଙ୍ଗଳବାର ଶିବସେନା (ସିନ୍ଦେ) ନେତା ରାଜେଶ ଶାହଙ୍କ ପୁଅ ମିହିରଙ୍କୁ ଗିରଫ କରାଯାଇଥିଲା । ଗତ ୩ ଦିନ ହେବ ସେ ପୋଲିସକୁ ଚକମା ଦେଇ ଆସୁଥିଲେ ମିହିର । ପୋଲିସର ୧୨ଟି ଟିମ୍ ତାଙ୍କୁ ଖୋଜାଖୋଜି କରୁଥିଲା ।

Mihir Shah Sent to 7-Day Police Custody

ମିହିରଙ୍କର ଜଣେ ସାଙ୍ଗ ମୋବାଇଲ୍ ଫୋନ୍ ଅନ୍ କରିବା ପରେ ପୋଲିସ ଲୋକେଶନ ବିଷୟରେ ଜାଣିବାକୁ ପାଇଥିଲା ଏବଂ ଏହାପରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଜି ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା । କୋର୍ଟରେ ପୁଲିସ କହିଛି ଯେ, ମିହିର ପ୍ରମାଣ ନଷ୍ଟ କରିବାକୁ ଅନେକ ଚେଷ୍ଟା କରିଛନ୍ତି । ଏପରିକି ସେ ଫେରାର୍ ହୋଇଯିବା ପରେ ଦାଢି-ନିଶ କାଟି ଦେଇଥିଲେ, ଯେମିତି ତାଙ୍କୁ କେହି ଚିହ୍ନି ନ ପାରିବେ । ଦୁର୍ଘଟଣା ଘଟାଇବା ପରେ ତାଙ୍କ ବାପା ରାଜେଶ ଶାହ ଏବଂ ଗର୍ଲଫ୍ରେଣ୍ଡକୁ ଏକାଧିକ ଥର କଲ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+