Get Updates
Get notified of breaking news, exclusive insights, and must-see stories!

ଡ୍ରେନ ଟ୍ରାଜେଡି: ଜେଇଙ୍କୁ ନୋଟିସ କରିଲା ବିଏମସି

ଭୁବନେଶ୍ୱର: ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ରିପୋର୍ଟରେ ଡ୍ରେନେଜ ବିଭାଗର ଅଧିକାରୀଙ୍କୁ ଦାୟୀ କରିଛି ବିଏମସି । ଏନେଇ ଜଣେ ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍ । ସହରର ବିପର୍ଯ୍ୟସ୍ତ ଡ୍ରେନ୍ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି ଗୋଟିଏ ପରେ ଗୋଟିଏ ଅମୂଲ୍ୟ ଜୀବନ ।

bmc

ମଙ୍ଗଳବାର ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ବିଏମ୍‌ସିର ବିଫଳତା ପାଇଁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାବେଳେ କର୍ତ୍ତୃପକ୍ଷ ନିଦା ବିଷ୍ଣୁ ସାଜିଥିବା ମନେହେଉଛି । ଫଳରେ ଗତ ୯ବର୍ଷରେ ୮ଜଣଙ୍କ ଜୀବନ ଗଲାଣି । ଡ୍ରେନ ନିର୍ମାଣ ଠାରୁ ଆରମ୍ଭ କରି ଡ୍ରେନ ସଫା ପର୍ଯ୍ୟନ୍ତ ବିଏମ୍‌ସି ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛି । ମାତ୍ର ଅଧିକାଂଶ ଡ୍ରେନ ମୁକୁଳା ପଡ଼ିଥିବାବେଳେ ଆଉ କେତେକ ସ୍ଥାନରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ ।

ଅପରପକ୍ଷେ ସମସ୍ତ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ଏକ ରାୟରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମ୍‌ସି ଏହାକୁ ପାଳନ କରୁନାହିଁ । ସେହିପରି ମୁକୁଳା ଡ୍ରେନ୍ ଗୋଟିଏ ପରେ ଗୋଟିଏ ଜୀବନ ନେଉଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଚେତୁ ନାହାନ୍ତି । ବିଶେଷକରି ବର୍ଷାଦିନ ପୂର୍ବରୁ ଡ୍ରେନ୍ ସଫା କାମ ନ ସାରିବା, ସଫା ପରେ ସମ୍ପୃକ୍ତ ଡ୍ରେନ୍‌ରେ ତୁରନ୍ତ ଘୋଡ଼ଣୀ ନ ପକାଇବା, ଅଧିକାଂଶ ଡ୍ରେନ୍ ମୁକୁଳା ପଡ଼ିଥିବାବେଳେ ସେଥିରେ ସ୍ଲାବ ନ ପକାଇବା କିମ୍ବା ସତର୍କତାମୂଳକ ବାଉଁଶ ବ୍ୟାରିକେଡ୍ ବା ସତର୍କ ସୂଚନା ଫଳକ ନ ଲଗାଇବା କାରଣରୁ ବାରମ୍ବାର ଏଭଳି ଅଘଟଣ ଘଟି ଚାଲିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+