ଭାରତକୁ ୭୮ ତମସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଆମେରିକା
ଦେଶ ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲ୍କିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସ୍ବାଧୀନତା ଦିବସ ଅବସରରେ ଆମେରିକା ଭାରତକୁ ଶୁଭେଚ୍ଛା ଜଣାଇଛି । ଏହା ସହିତ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ମଧ୍ୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଶଂସା କରିଛନ୍ତି। ବ୍ଲିଙ୍କେନ୍ କହିଛନ୍ତି ଯେ ସ୍ୱାଧୀନତା ଦିବସରେ ଆମେରିକା ମଧ୍ୟ ଭାରତୀୟ ଲୋକଙ୍କ ସମୃଦ୍ଧ ଏବଂ ବିବିଧ ଇତିହାସ ପାଳନ କରିଥାଏ।

ସେ କହିଛନ୍ତି ଯେ ଆମେରିକା ତରଫରୁ ମୁଁ ଅଗଷ୍ଟ ୧୫ରେ ନିଜ ଦେଶର ସ୍ବାଧୀନତାର ବାର୍ଷିକୀ ପାଳନ କରୁଥିବାରୁ ମୁଁ ଭାରତର ଲୋକଙ୍କୁ ଅଭିନନ୍ଦନ ଜଣାଉଛି। ଆମେରିକା-ଭାରତ ସମ୍ପର୍କରେ ଆମେ ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛୁ। ବ୍ଲିଙ୍କେନ୍ କହିଛନ୍ତି ଆମର ବ୍ୟାପକ ବିଶ୍ବ ତଥା ରଣନୀତିକ ଭାଗିଦାରୀ ଆମର ଲୋକ, ଆମର ଅର୍ଥନୀତି ଏବଂ ଗଣତନ୍ତ୍ର, ସ୍ୱାଧୀନତା ଏବଂ ମାନବିକ ସମ୍ମାନ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତା ଉପରେ ଆଧାରିତ।












Click it and Unblock the Notifications