ସାମାନ୍ୟ କଥାରୁ ରକ୍ତପାତ,କନଷ୍ଟେବଳଙ୍କ ଗୁଳିରେ ସବ୍‌-ଇନ୍ସପେକ୍ଟର ମୃତ

ସାମାନ୍ୟ ଯୁକ୍ତିତର୍କରୁ ଘଟିଲା ତୁମୁଳକାଣ୍ଡ। ଜଣେ ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରିଦେଲେ ଜଣେ କନଷ୍ଟେବଳ। ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଲେ ସବ୍‌-ଇନ୍ସପେକ୍ଟର । ଏପରି ଏକ ଘଟଣା ମଣିପୁରର ହିଂସାପ୍ରବଣ ଜିରିବାମ ଜିଲ୍ଲାରେ ଘଟିଛି।

dead

ମୃତ ସବ୍‌-ଇନ୍ସପେକ୍ଟରଜଣକ ହେଲେ ଶାହ ଜାହନ। ତାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ୍‌ କନଷ୍ଟେବଳ ବିକ୍ରମଜିତ ସିଂହଙ୍କୁ ବାନ୍ଧିଛି। ଜିରିବାମ ଜିଲ୍ଲାର ମୋଙ୍ଗବଙ୍ଗ ଗ୍ରାମରେ ଥିବା ପୁଲିସ୍‌ ଆଉଟପୋଷ୍ଟରେ ଏହି ଅଘଟଣ ଘଟିଛି। ଉଭୟଙ୍କ ମଧ୍ୟରେ ଗତ କିଛି ଦିନ ହେବ ଉଚ୍ଚବାଚ ଚାଲିଥିଲା। ଏହା ଆଜି ସକାଳେ ସାଂଘାତିକ ରୂପ ଧାରଣ କଲା।

ଏଥିରେ ଉତ୍ତ୍ୟକ୍ତ ହୋଇ କନଷ୍ଟେବଳ ବିକ୍ରମଜିତ ସିଂହ ସବ୍‌-ଇନ୍ସପେକ୍ଟର ଶାହ ଜାହନଙ୍କ ଉପରକୁ ନିଜ ସର୍ଭିସ ରିଭଲଭରରୁ ଫାୟାରିଂ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ପୁଲିସ୍‌ କର୍ମୀ ତୁରନ୍ତ ବିକ୍ରମଜିତ ସିଂହଙ୍କୁ କାବୁ କରି ନେଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଖବର ପାଇ ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି। ଏଥିସହ ହତ୍ୟାକାଣ୍ଡ ପଛର କାରଣ ଜାଣିବାକୁ ସେମାନେ ବିକ୍ରମଜିତଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।

ଜିରିବାମ ଏକ ହିଂସାପ୍ରବଣ ଜିଲ୍ଲା ହୋଇଥିବା ବେଳେ ପୁଣି ଥରେ ହିଂସା ବ୍ୟାପିବା ଆଶଙ୍କାରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+