Get Updates
Get notified of breaking news, exclusive insights, and must-see stories!

ମନ୍ଦିରରେ ବିଷ୍ପୋରଣ, ସେବାୟତ ଆହତ

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାର ମାଇଲାରଦେବପଲ୍ଲୀ ଥାନା ଅଂଚଳରେ ଥିବା ଏକ ମନ୍ଦିର ପରିସରରେ ସୋମବାର ଏକ ଭୟାବହ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ସେବାୟତ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମାଇଲାରଦେବପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଗୁଡା ରୋଡରେ ଥିବା ଏକ ମନ୍ଦିର ନିକଟରେ ଏହି ବିସ୍ଫୋରଣ ଘଟିଛି।

ବିସ୍ଫୋରଣରେ ମନ୍ଦିର ପରିସର ସଫା କରୁଥିବା ଜଣେ ସେବାୟତ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବିସ୍ଫୋରଣ ପରେ ମାଇଲାରଦେବପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଇଥିଲା। କେଉଁ ସ୍ଥାନରେ ବିସ୍ଫୋରଣ ଘଟିଛି ସେ ନେଇ ଉଭୟ ଟିମ୍ ତଦନ୍ତ ଜାରି ରଖିଛନ୍ତି।

blast

ଏସିପି ରାଜେନ୍ଦ୍ର ନାଗର କହିଛନ୍ତି, ମାଇଲାରଦେବପଲ୍ଲୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଗୁଡା ରୋଡରେ ଥିବା ଏକ ମନ୍ଦିର ନିକଟରେ ଏହି ବିସ୍ଫୋରଣ ଘଟିଛି। ମନ୍ଦିର ପୂଜକ ମନ୍ଦିର ନିକଟରେ ଥିବା ପରିସରସଫା କରୁଥିବା ବେଳେ ଏହି ଘଟଣା ଘଟିଛି। ବିସ୍ଫୋରଣରେ ମନ୍ଦିର ପୂଜକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+