ହରିୟାଣାର ଏକ କାରଖାନା ବଡ ବିସ୍ଫୋରଣ; ୪୦ ଜଣ ଆହତ
ଶନିବାର ହରିୟାଣାରରେ ବଡ ଧରଣର ବିସ୍ପୋରଣ ଘଟିଛି । ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି ।
ସିଭିଲ୍ ସର୍ଜନ ଡ଼.ସୁରେନ୍ଦର ଯାଦବଙ୍କ ସୂଚନା ଅନୁଯାୟୀ ଏହି ଘଟଣା ସହରର ଧାରୁହେରା ଅଞ୍ଚଳରେ ଘଟିଛି। ସେ କହିଛନ୍ତି ଯେ, "ଆମେ ଡାକ୍ତରଖାନାଗୁଡ଼ିକୁ ସତର୍କ କରାଇ କାରଖାନାକୁ ଆମ୍ବୁଲାନ୍ସ ପଠାଇଛୁ। ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି ଏବଂ ସେଠାରେ ଜଣେ ଗୁରୁତର ରୋଗୀ ଅଛନ୍ତି ଯାହାକୁ ରୋହତକକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି।"

ଦି ଟ୍ରିବ୍ୟୁନ୍ ଅନୁଯାୟୀ, ରାତି ପ୍ରାୟ ୭ ଟାରେ 'ଲାଇଫ୍ ଲଙ୍ଗ୍ କାରଖାନା'ରେ ଏହି ବିସ୍ଫୋରଣ ହୋଇଥିଲା। ଫାୟାର ଇଞ୍ଜିନ ଏବଂ ଆମ୍ବୁଲାନ୍ସକୁ କାରଖାନାକୁ ନିଆଯାଇଥିଲା। ଅନ୍ୟପଟେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।
#WATCH | Haryana: Dr Surender Yadav, Civil Surgeon, says "A boiler has exploded in a factory in Dharuhera, Rewari. We have alerted the hospitals. We have sent the ambulance to the factory. Several people have burn injuries. Around 40 people are injured and there is one serious… pic.twitter.com/r9BR27IlFR
— ANI (@ANI) March 16, 2024












Click it and Unblock the Notifications