କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୮ ଶ୍ରମିକ ମୃତ , ୧୫ ଆହତ
ଉତ୍ତରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୮ ଶ୍ରମିକଙ୍କ ମୃତ୍ୟୁ ହେଇ ଥିବା ବେଳେ ୧୫ ଜଣ ଆହତ ହେଇଛନ୍ତି। ଅଗ୍ନିକାଣ୍ଡ ପରେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟାସ୍ଥଳରେ ପହଞ୍ଚିଛନ୍ତି। ଫ୍ୟାକ୍ଟ୍ରିରେ ହଠାତ ସମସ୍ତେ କାମ କରୁଥିବା ବେଳେ ଫାଟିଥିଲା ବଏଲର
ଲକ୍ଷ୍ନୌ: ଉତ୍ତରପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୮ ଶ୍ରମିକଙ୍କ ମୃତ୍ୟୁ ହେଇ ଥିବା ବେଳେ ୧୫ ଜଣ ଆହତ ହେଇଛନ୍ତି। ଅଗ୍ନିକାଣ୍ଡ ପରେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟାସ୍ଥଳରେ ପହଞ୍ଚିଛନ୍ତି। ଫ୍ୟାକ୍ଟ୍ରିରେ ହଠାତ ସମସ୍ତେ କାମ କରୁଥିବା ବେଳେ ଫାଟିଥିଲା ବଏଲର । କେହି ବଞ୍ଚିବାକୁ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଥିଲେ ।

ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଆହୁରି କିଛି ଶ୍ରମିକ ଏଥିରେ ଫସି ରହିଥିବା ସନ୍ଦେହ କରାଯାଉଛି। ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସମସ୍ତଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ପୋଲିସ୍ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଏହି ଘଟଣାର ଶୋକ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଏହି ଅଗ୍ନୀକାଣ୍ଡରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଥିବା ବେଳେ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଫ୍ୟାକ୍ଟ୍ରି ଭିତରେ ଅନେକ ଏବେ ବି ଫସି ରହିଥିବା ଲୋକେ ସନ୍ଦେହ କରୁଥିବା ସୂତନା ମିଳିଛି ।












Click it and Unblock the Notifications