ଇଦର ଗୋଟିଏ ଦିନ ପୂର୍ବରୁ ମସଜିଦରେ ଭୟଙ୍କର ବିସ୍ଫୋରଣ,
ମହାରାଷ୍ଟ୍ରର ବିଡା ଜିଲ୍ଲାର ଏକ ମସଜିଦରେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଇଦର ଗୋଟିଏ ଦିନ ପୂର୍ବରୁ ଏପରି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାହା ବର୍ତ୍ତମାନ ଖୁସିର ସମୟକୁ ଫିକା କରିଦେଇଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜିଲାଟିନ୍ ଷ୍ଟିକ ମାଧ୍ୟମରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଏହି ବିସ୍ଫୋରଣରେ ମସଜିଦ ଭିତରେ ସମସ୍ତ ଜିନିଷ ନଷ୍ଟ ହୋଇଯାଇଛି । ଏହି ଘଟଣାରେ କାହାର କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରାଯାଇଛି ।
ସୂଚନାନୁଯାୟୀ, ମହାରାଷ୍ଟ୍ରର ବିଡା ଜିଲ୍ଲାର ଅର୍ଧା ମସଲା ଗାଁରେ ରାତି ପ୍ରାୟ ୨.୩୦ ସମୟରେ ମସଜିଦରେ ବିସ୍ଫୋରଣ ଘଟିଥିଲା । ମସଜିଦର ପଛ ଦ୍ୱାରା ଦେଇ ଜିଲାଷ୍ଟିନ ଷ୍ଟିକ ଲଗାଇ ବିସ୍ଫୋରଣ କରାଯାଇଛି । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ସ୍ଥାନୀୟ ଲୋକଙ୍କ ସୂଚନାକ୍ରମେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉପୁଜିଥିବା ବିଶୃଙ୍ଖଳାକୁ ଆୟତ୍ତ କରିଥିଲା ।

ଏହାର ସତ୍ୟତା ଜାଣିବା ପାଇଁ ଫରେନସିକ ଟିମକୁ ଖବର ଦିଆଯାଇଛି । ଯାହା ଦ୍ବାରା ସହଜରେ ପ୍ରମାଣ ସଂଗ୍ରହ କରାଯାଇପାରିବ । ଏହି ଅଗ୍ନିକାଣ୍ଡ ଘଟାଇଥିବା ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଅନ୍ୟପଟେ ପୋଲିସ ଲୋକମାନଙ୍କୁ ଶାନ୍ତି ପ୍ରତିଷ୍ଠା ରକ୍ଷା କରିବା ପାଇଁ ଅନୁରୋଧ କରିଛି । କୌଣସି ଗୁଜବ ଖବର ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦିଆଯାଇଛି । ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ମଧ୍ୟ ପୋଲିସ କହିଛି । ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି ପୋଲିସ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications