କୃଷ୍ଣସାର ମୃଗ ଶିକାର ମାମଲା; ଶୁଣାଣି କରିବାକୁ ମନାକଲେ ରାଜସ୍ଥାନ ହାଇକୋର୍ଟର ବିଚାରପତି
ଅଭିନେତା ସଲମାନ ଖାନଙ୍କ କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ନୂଆ ଟ୍ବିଷ୍ଟ। ସୋମବାର ରାଜସ୍ଥାନ ହାଇକୋର୍ଟରେ ଏହି ମାମଲା ସହିତ ଜଡିତ ଆବେଦନ ଗୁଡ଼ିକର ଶୁଣାଣି ହେବାର ଥିଲା। ହେଲେ ବିଚାରପତି ବଲଜିନ୍ଦର ସିଂହ ସନ୍ଧୁଙ୍କ ଏକକ ଖଣ୍ଡପୀଠ ଏହି ଆବେଦନ ଗୁଡ଼ିକର ଶୁଣାଣି କରିବାକୁ ମନା କରିଦେଇଥିଲେ ଆଉ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ମାମଲାର ଶୁଣାଣି ଅନ୍ୟ ଏକ ଖଣ୍ଡପୀଠରେ କରାଯାଉ।
ଏହି ମାମଲାରେ କେବଳ ସଲମାନ ଅଭିଯୁକ୍ତ ନୁହଁନ୍ତି ବରଂ ସୈଫ ଅଲ୍ଲୀ ଖାନ ଏବଂ ଅନ୍ୟ ମାନଙ୍କ ପକ୍ଷରୁ ମଧ୍ୟ ଏହି ମାମଲାରେ ଏକ ଆବେଦନ ବିଚାରାଧୀନ ଅଛି। ସଲମାନ ଖାନ ୨୦୧୮ରେ ଦିଆଯାଇଥିବା ୫ ବର୍ଷର ଦଣ୍ଡାଦେଶ ବିରୋଧରେ ଆବେଦନ ଦାଖଲ କରିଛନ୍ତି । ଏହି ସମସ୍ତ ଆବେଦନ ଗୁଡ଼ିକର ଶୁଣାଣି ଏବେ ରାଜସ୍ଥାନ ହାଇକୋର୍ଟର ଅନ୍ୟ ଏକ ଖଣ୍ଡପୀଠ କରିବେ। ଏହି ମାମଲା ଯୋଧପୁରରେ ଆଧାରିତ ଏବଂ ଦୀର୍ଘ ସମୟ ଧରି ଆଇନଗତ ପ୍ରକ୍ରିୟା ବିଚାରାଧୀନ ରହିଛି ।

ଏହି ମାମଲା ୨୬ ବର୍ଷ ପୁରୁଣା। ୧୯୯୮ ମସିହାରେ "ହମ୍ ସାଥ୍ ସାଥ୍ ହେ" ଚଳଚ୍ଚିତ୍ରର ସୁଟିଂ ସମୟରେ ଅଭିନେତା ସଲମାନ ଖାନ, ସୈଫ ଅଲ୍ଲୀ ଖାନ, ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ଉପରେ କୃଷ୍ଣସାର ମୃଗ ଶିକାରର ଅଭିଯୋଗ ଆସିଥିଲା। କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ବିରୁଦ୍ଧରେ ତିନୋଟି ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟରେ ଦୁଇଟି ମାମଲାର ଶୁଣାଣି ଚାଲିଛି। କୃଷ୍ଣସାର ମୃଗ ଶିକାର ମାମଲାର ଶୁଣାଣି ଯୋଧପୁର ହାଇକୋର୍ଟରେ ଚାଲିଛି।












Click it and Unblock the Notifications