ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ୍ ବକ୍ସ, ସ୍ପଷ୍ଟ କଲେ ସରକାର

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ AI-171 ବିମାନର ବ୍ଲାକ୍ ବକ୍ସ । ଗତକାଲି ବିମାନର ବ୍ଲାକ ବକ୍ସକୁ ଆମେରିକା ପଠାଯିବା ପାଇଁ ଆସିଥିବା ଖବରକୁ ଖଣ୍ଡନ କଲେ ସରକାର । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ଼ ନେବାରେ ଲାଗିଛି । ଭାରତରେ ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ ବକ୍ସ ଆମେରିକା ପଠାଯିବାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛନ୍ତି ବେମସାମରିକ ମନ୍ତ୍ରଣାଳୟ(MoCA) । ଏହା ଛଡ଼ା ଏହି ସମ୍ବେଦନଶୀଳ ଯାଞ୍ଚ ପ୍ରକ୍ରିୟାକୁ ଗମ୍ଭୀରତାର ସହିତ ପୁରା କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ମନ୍ତ୍ରଣାଳୟ ।

Black box

ସୂଚନାନୁଯାୟୀ, ଏହି ବର୍ଷ ଏପ୍ରିଲରେ ନାଗରିକ ଉଡ୍ଡୟନ ମନ୍ତ୍ରୀ ରାମ ମୋହନ ନାୟୁଡ଼ୁ, ଦିଲ୍ଲୀର ଉଡ଼ାଣ ଭବନ ସ୍ଥିତ ଏୟାରକ୍ରାପ୍ଟ ଏକ୍ସିଡେଣ୍ଟ ଇନଭେଷ୍ଟିକେସନ ବ୍ୟୁରୋ(AAIB) ପରିସର ମଧ୍ୟରେ ଡିଜିଟାଲ ଫ୍ଲାଇଟ ଡାଟା ରେକର୍ଡର(DFDR) ଏବଂ କକପିଟ ଭଏସ ରେକର୍ଡର(CVR) ବିଶ୍ଳେଷଣ ଲ୍ୟାବର ଉଦଘାଟନ କରିଥିଲେ । ଏହି ଲ୍ୟାବ୍ ପାଖାପାଖି 9 କୋଟି ଟଙ୍କା ହିନ୍ଦୁସ୍ତାନ ଏୟାରନାଟିକସ ଲିମିଟେଡ(HAL) ସହଯୋଗରେ ପ୍ରସ୍ତୁତ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଉଦ୍ଦେଶ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ଲାକ୍ ବକ୍ସର ମରାମତି କରି ଡେଟା ବାହାର କରିବା ଏବଂ ରଡାର, ଫ୍ଲାଇଟ୍ ପରଫରମାନ୍ସ ଏବଂ କକପିଟ ରେକର୍ଡିଂକୁ ଯୋଡି ଦୁର୍ଘଟଣାର କାରଣ ଖୋଜିବାରେ ସଠିକ୍ ଯାଞ୍ଚ କରିବା । । ଏହି ଲ୍ୟାବକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁଯାୟୀ ICAOକୁ ବିକଶିତ କରାଯାଇଥିଲା । ବର୍ତ୍ତମାନ ଏହି ଲ୍ୟାବର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳୁଛି ।

ଅନ୍ୟପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ, ବ୍ଲାକ୍ ବାକ୍ସର ଯାଞ୍ଚ ପ୍ରକ୍ରିୟାର ନିଷ୍ପତ୍ତି ବିମାନ ଦୁର୍ଘଟଣାର ଯାଞ୍ଚ କରୁଥିବା ସଂସ୍ଥା AAIB ନେବ । AAIB ଏଜେନ୍ସି ସୁରକ୍ଷା ବ୍ୟବସ୍ଥା ଏବଂ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ଦିଗଉପରେ ନଜର ରଖି ଏହି ପ୍ରକ୍ରିୟା ଆରମ୍ଭ କରିବ । ଏହି ଯାଞ୍ଚ ପ୍ରକ୍ରିୟାରେ କୌଣସି ବାଧା ନ ଲଗାଇ ଗମ୍ଭୀରତାର ସହ ଯାଞ୍ଚ ପ୍ରକ୍ରିୟା ସମ୍ପର୍ଣ୍ଣ କରିବାକୁ ଅନୁରୋଧ କରିଛି ମନ୍ତ୍ରଣାଳୟ ।

ସୂଚନାଯୋଗ୍ୟ, ଜୁନ୍ 12 ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଥିଲା । ଏଥିରେ ଥିବା 241 ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ବିମାନ ପଡିଥିବା ସ୍ଥାନରେ 29 ଲୋକଙ୍କ ଜୀବନ ଚାଲିଯାଇଥିଲା । ବିମାନ ଦୁର୍ଘଟଣାରେ ଯେଉଁମାନେ ଜୀବନ ହାରିଛନ୍ତି, ସେମାନଙ୍କ ମଧ୍ୟରୁ 177 ଜଣଙ୍କ ଡିଏନଏ ମ୍ୟାଚ ହୋଇଛି । ଏଥିରେ 124 ଜଣଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+