ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ୍ବକ୍ସ ଡାଟା ଡାଉନ୍ଲୋଡ୍ ସଫଳ
ଜୁନ୍ ୧୨ ଏୟାର୍ ଇଣ୍ଡିଆ ବିମାନ a ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଗତ ୨୪ ତାରିଖରେ ଅହମଦାବାଦରୁ ଦିଲ୍ଲୀକୁ 'ଏୟାର୍ ଇଣ୍ଡିଆ ୧୭୧'ର ବ୍ଲାକ୍ ବକ୍ସ ଅଣାଯିବା ପରେ ଗୁରୁବାର ଏଏଆଇବି ଲାବ୍ରେ ବ୍ଲାକ୍ ବକ୍ସ ଡାଟା ଡାଉନ୍ଲୋଡ୍ ହୋଇଛି । ଜୁନ୍ ୧୨ରେ ୨୭୫ ଜଣଙ୍କ ଜୀବନ ନେଇଥିବା ଦୁର୍ଘଟଣାର କାରଣ ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ କକ୍ପିଟ୍ ଭଏସ୍ ରେକର୍ଡର୍ (ସିଭିଆର୍) ଓ ଫ୍ଲାଇଟ୍ ଡାଟା ରେକର୍ଡର୍ (ଏଫ୍ଡିଆର୍)ର ଡାଟାର ବିଶ୍ଳେଷଣ ଆରମ୍ଭ ହୋଇଛି। ଏନେଇ ଆଜି ସରକାର ସୂଚନା ଦେଇଛନ୍ତି।
ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣା ଘଟଣାକ୍ରମର ପୁନଃନିର୍ମାଣ କରିବା ଏବଂ ବିମାନ ଚଳାଚଳ ନିରାପତ୍ତା ବୃଦ୍ଧି ଓ ଭବିଷ୍ୟତରେ ଘଟିଥିବା ଘଟଣାକୁ ରୋକିବା ପାଇଁ ସାଂପ୍ରତିକ କାରଣଗୁଡ଼ିକୁ ଚିହ୍ନଟ କରିବା। ଏହି ମେମୋରି ମଡ୍ୟୁଲକୁ ସଫଳତାର ସହ ଆକ୍ସେସ୍ କରାଯାଇଥିଲା ଏବଂ ଏହାର ଡାଟା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦୁର୍ଘଟଣା ଅନୁସନ୍ଧାନ ବିଭାଗ ଅଧୀନରେ ଥିବା ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (ଏଏଆଇବି) ପରୀକ୍ଷାଗାରରେ ଡାଉନ୍ଲୋଡ୍ କରାଯାଇଥିଲା। ଏହାବ୍ୟତୀତ, ସମ୍ମୁଖ ବ୍ଲାକ୍ ବକ୍ସରୁ କ୍ରାସ୍ ପ୍ରୋଟେକ୍ସନ ମଡ୍ୟୁଲ (ସିପିଏମ୍)କୁ ସୁରକ୍ଷିତ ଭାବରେ ପୁନରୁଦ୍ଧାର କରାଯାଇଥିଲା।

ଦୁର୍ଘଟଣାର ଦୁଇ ଦିନ ପରେ କକପିଟ୍ ଭଏସ୍ ରେକର୍ଡର (ସିଭିଆର୍) ଏବଂ ଫ୍ଲାଇଟ୍ ଡାଟା ରେକର୍ଡର (ଏଫ୍ଡିଆର) ଜବତ କରିଥିଲା ଏଏଆଇବି। ପାଇଲଟ୍ ବାର୍ତ୍ତାଳାପ ସମେତ କକ୍ପିଟ୍ରୁ ଅଡିଓ କ୍ୟାପ୍ଚର୍ କରୁଥିବା ସିଭିଆର୍ ଓ ଏଫ୍ଡିଆର ମିଳିତ ଭାବେ 'ବ୍ଲାକ୍ ବକ୍ସ' ନାମରେ ପରିଚିତ। ବ୍ଲାକ୍ ବକ୍ସକୁ ଡିକୋଡ୍ କରିବା ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଦୁର୍ଘଟଣାର କାରଣ ଓ ଦୁର୍ଘଟଣାର ପୂର୍ବ ମୁହୂର୍ତ୍ତ ବିଷୟରେ ସୂଚନା ପ୍ରଦାନ କରିଥାଏ।
ବ୍ଲାକ୍ ବକ୍ସକୁ ଡିକୋଡ୍ କରିବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିମାନ ଚଳାଚଳ ବିଶେଷଜ୍ଞ କହିଛନ୍ତି। ଆମେରିକା ନୌସେନାର ପୂର୍ବତନ ପାଇଲଟ୍ କ୍ୟାପଟେନ୍ ଷ୍ଟିଭ୍ ସ୍କିବନର କହିଛନ୍ତି ଯେ ଉଡ଼ାଣ ଭରିବାର କିଛି ସମୟ ପରେ ରାମ୍ ଏୟାର ଟର୍ବାଇନ୍ (ଆର୍ଏଟି) ମୁତୟନ ଦ୍ବିତୀୟ ଇଞ୍ଜିନ୍ ଫେଲ୍ ହେବାର ସଙ୍କେତ ଦେଉଛି।












Click it and Unblock the Notifications