ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଉ ସାଏ
BJP's Vishnu Dev Sai sworn in as Chhattisgarh's new chief minister: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ ଏବଂ ବିଜୟ ଶର୍ମା । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ।

ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ବରିଷ୍ଠ ନେତା ଅମିତ ଶାହ, ଜେ.ପି ନଡ୍ଡା, ଯୋଗୀ ଆଦିତ୍ୟନାଥ, ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ।
#WATCH | PM Modi attends the swearing-in ceremony of Chhattisgarh CM-designate Vishnu Deo Sai in Raipur pic.twitter.com/fdnimtaarr
— ANI (@ANI) December 13, 2023
ସୂଚନାଥାଉ ଯେ, ବିଷ୍ଣୁଦେବ ସାଏ ଛତିଶଗଡ଼ର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । 1990 ରୁ 1998 ଯାଏଁ ଥିଲେ ମଧ୍ୟପ୍ରଦେଶରୁ ବିଧାୟକ । 1999, 2009 ଓ 2014 ରେ ରାୟଗଡ ଆସନରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । 2014 ରୁ 2019 ମଧ୍ୟରେ ସେ ହୋଇଥିଲେ କେନ୍ଦ୍ର ଖଣି, ଇସ୍ପାତ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ । 2006 ଓ 2020 ରେ ସେ ଛତିଶଗଡ ବିଜେପି ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ କୁନକୁରି ଆସନରୁ ବିଜୟୀ ହୋଇଛନ୍ତି ।












Click it and Unblock the Notifications