ଦିଲ୍ଲୀ ନିର୍ବାଚନ ପୂର୍ବରୁ ବଢିଲା ବିଜେପିର ଶକ୍ତି, ଆପ ଛାଡିଥିବା ୮ ବିଧାୟକ ବିଜେପିର ହେଲେ ସାମିଲ

ଦିଲ୍ଲୀରେ ବଦଳିଯିବ କି ଆପର ନିର୍ବାଚନୀ ସମିକରଣ । ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଆମ୍ ଆଦମୀ ପାର୍ଟିର ୮ଜଣ ବିଧାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆପ୍ ବିଧାୟକ ଗରିଶ ସୋନି, ରୋହିତ ମେହ୍ରାରାଉଲିଆ, ମଦନ ଲାଲ, ରାଜେଶ ରିସି, ନରେଶ ଯାଦବ, ଭବନ ଗୌର, ପବନ କୁମାର ଶର୍ମା ଏବଂ ବିଏସ୍ ଜୁନ ଆଜି ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭ୍ୟପଦ ଗ୍ରହଣ କରିଛନ୍ତି ।

Delhi Assembly Election 2025

ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ତରଫରୁ ଏହି ୮ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏହାକୁ ନେଇ ସେମାନେ ଅସନ୍ତୋଷ ଥିବା ଜଣାପଡିଥିଲା । ହେଲେ ସେମାନେ ଦଳ ଛାଡିବା ନେଇ ଟିକେଟ ନମିଳିବାକୁ କାରଣ ଦର୍ଶାଇ ନାହିାଁନ୍ତି । ସେମାନେ କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଯେଉଁ ଉର୍ଦ୍ଦେଶ୍ୟରେ ଗଠନ ହୋଇଥିଲା ଆଜି ଦଳ ଭିତରେ ମାତ୍ର କିଛି ନେତାଙ୍କ ଭିତରେ ସେହି ଆଦର୍ଶ ବଞ୍ଚି ରହିଛି । ଅଧିକାଂଶ ନେତା ଦୁର୍ନୀତିରେ ବୁଡି ରହିଛନ୍ତି । ଏହାସହ ଦଳରେ କେବଳ କେଜ୍ରିୱାଲଙ୍କ କଥା ଚାଲୁଛି, ବାକି ସବୁ କେବଳ ଦେଖଣାହାରୀ ହୋଇଛନ୍ତି ।

ସେପଟେ ଭୋଟିଂକୁ ଆଉମାତ୍ର ୪ ଦିନ ବାକି ରହିଥିବାରୁ ଏକାଥରରେ ୮ ବିଧାୟକ ଦଳ ଛାଡିବା ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ଆକଳନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+