ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତ ରାଜନୀତିରେ ଏକ ବଡ଼ ଧରଣର ସମୀକରଣ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ, ସୁପରଷ୍ଟାର ବିଜୟଙ୍କ ପାର୍ଟି 'ଟିଭିକେ' (TVK) ସହ ମେଣ୍ଟ କରିବା ପାଇଁ ଭାଜପା ପକ୍ଷରୁ ଏକ ବଡ଼ ପ୍ରସ୍ତାବ ଦିଆଯାଇଛି। କେବଳ ସିଟ୍ ନୁହେଁ, ବରଂ ବିଜୟଙ୍କ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଅଫର୍ କରିଛି ଭାରତୀୟ ଜନତା ପାର୍ଟି।

BJP s

ତାମିଲନାଡୁରେ ଏନଡିଏ (NDA) ର ଶକ୍ତି ବୃଦ୍ଧି କରିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି। ସୂତ୍ର ଅନୁସାରେ, ଅଭିନେତାରୁ ନେତା ସାଜିଥିବା ବିଜୟଙ୍କ 'ତାମିଲଗା ଭେଟ୍ରି କାଜାଗାମ' (TVK) କୁ ୮୦ଟି ବିଧାନସଭା ଆସନ ଦେବାକୁ ଭାଜପା ପ୍ରସ୍ତାବ ଦେଇଛି। ଏପରିକି ନିର୍ବାଚନ ଜିତିଲେ ବିଜୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ବିଜୟ ମୁଖ୍ୟମନ୍ତ୍ରୀ ପଦ ଉପରେ ନଜର ରଖିଥିବାରୁ ଏହି ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବିଜୟଙ୍କ ବିଶାଳ ପ୍ରଶଂସକ ଗୋଷ୍ଠୀର ମାତ୍ର ୨% ଭୋଟ୍ ମଧ୍ୟ ନିର୍ବାଚନର ମୋଡ଼ ବଦଳାଇ ଦେଇପାରେ ବୋଲି ଭାଜପା ଆଶା ରଖିଛି। ଅନ୍ୟ ଏକ ରାଜ୍ୟର ଜଣେ ଉପ-ମୁଖ୍ୟମନ୍ତ୍ରୀ ଏହି ମେଣ୍ଟ ପାଇଁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ତେବେ ଏହି ସମ୍ଭାବ୍ୟ ମେଣ୍ଟକୁ ନେଇ ବିଜୟଙ୍କ ଶିବିରରେ କିଛିଟା ଅସନ୍ତୋଷ ମଧ୍ୟ ଦେଖାଦେଇଛି। ନିଜର ଏକ ସ୍ୱତନ୍ତ୍ର ପରିଚୟ ଏବଂ ବିକଳ୍ପ ରାଜନୀତିର ନାରା ଦେଇ ମଇଦାନକୁ ଓହ୍ଲାଇଥିବା ବିଜୟ, ଏତେ ଶୀଘ୍ର ଏକ ଜାତୀୟ ଦଳ ସହ ହାତ ମିଳାଇଲେ ତାଙ୍କର କ୍ରେଡିବିଲିଟି ବା ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିପାରେ ବୋଲି ତାଙ୍କ ପରାମର୍ଶଦାତାମାନେ ଆଶଙ୍କା କରୁଛନ୍ତି।

ଯଦି ଏହି ମେଣ୍ଟ ବାସ୍ତବ ରୂପ ନିଏ, ତେବେ ତାମିଲନାଡୁର ପାରମ୍ପରିକ ଦ୍ରାବିଡ଼ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+