ତେଜସ୍ବୀଙ୍କୁ କଟାକ୍ଷ କଲେ ପୁନାୱାଲା, କହିଲେ ତାଙ୍କ ଦେହରେ ପ୍ରବେଶ କରିଛି.....
ନୂଆଦିଲ୍ଲୀ : ଆରଜେଡି ନେତା ତେଜସ୍ବୀ ଯାଦବ ଆସାମ ବିଧାନସଭାର ଶୁକ୍ରବାର ୨ଘଣ୍ଟିଆ ଜୁମା ବ୍ରେକ ରଦ୍ଦ କରିବାକୁ ନିଷ୍ପତ୍ତି ଉପରେ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁ 'ଯୋଗୀଙ୍କ ଚାଇନିଜ ଭର୍ସନ' ବୋଲି କହିଥିଲେ ।

ଆଉ ବର୍ତ୍ତମାନ ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ବିଜେପିକଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ 'ସାମ ପିଟ୍ରୋଡାଙ୍କ ଆତ୍ମା' ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି।
ବାସ୍ତବରେ ତେଜସ୍ବୀ ଶନିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମାଙ୍କୁ ଯୋଗୀଙ୍କ ଚାଇନିଜ ଭର୍ସନ ବୋଲି ଡାକିଥିଲେ, ଯାହା ଉପରେ ରବିବାରି ବିଜେପି ତାଙ୍କୁ ଟାର୍ଗେଟ କରିଛି। ପୁନାୱାଲା ଇଣ୍ଡିଆ ମେଣ୍ଟକୁ ଆହୁରି ସମାଲୋଚନା କରି କହିଛନ୍ତି ଯେ ସମ୍ବିଧାନକୁ ଅସମ୍ମାନ କରିବା ଏବଂ ସମସ୍ତଙ୍କୁ ଅପମାନ କରିବା ସେମାନଙ୍କ ସ୍ବଭାବରେ ରହିଛି। ଏଏନଆଇ ସହ କଥାବାର୍ତ୍ତା କରି ଶେହଜାଦ ପୁନାୱାଲା କହିଛନ୍ତି,
ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରି ପ୍ରଶ୍ନ ପଚାରିଛନ୍ତି ଯେ ତେଜସ୍ବୀ ଯାଦବଙ୍କ ମନ୍ତବ୍ୟ ଭାରତକୁ ଏକଜୁଟ କରିବା ପ୍ରୟାସ ସହ ମେଳ ଖାଉଛି କି? ପୁନାୱାଲା ଗାନ୍ଧୀ ଏବଂ ଗୌରବ ଗୋଗୋଇଙ୍କୁ ପଚାରିଥିଲେ ଯେ ତେଜସ୍ବୀଙ୍କ ମନ୍ତବ୍ୟ ପରେ କଂଗ୍ରେସ ଆରଜେଡି ସହ ସମ୍ପର୍କ ଭାଙ୍ଗିବ କି?












Click it and Unblock the Notifications