ବିଜେପିକୁ ମିଳିଲା ବଡ଼ ସଫଳତା, ଏଠି ହେଲା ଟ୍ରିପଲ୍ ଇଞ୍ଜନ୍ ସରକାର
ରାଜଧାନୀ ଦିଲ୍ଲୀରେ 'ଟ୍ରିପଲ ଇଞ୍ଜିନ' ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟିର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି ଡେପୁଟି ମେୟର ପଦବୀ ମଧ୍ୟ ଭାଜପା ପାଖରେ ରହିଛି। ତେବେ ଆମ ଆଦମୀ ପାର୍ଟି(ଆପ୍) ପ୍ରଥମେ ମେୟର ନିର୍ବାଚନରେ ପ୍ରାର୍ଥୀ ଦେବାକୁ ମନା କରିଦେଇଥିଲା। ପରେ ନିର୍ବାଚନ ବର୍ଜନ କରିଥିଲା, ଯାହା ଫଳରେ ମେୟର ନିର୍ବାଚନ ଭାଜପାକୁ ଜିତିବା ପାଇଁ ବହୁତ ସହଜ ହୋଇଯାଇଥିଲା।
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(MCD) ମେୟର ନିର୍ବାଚନରେ ଭାଜପାକୁ ୧୩୩ଟି ଭୋଟ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୮ଟି ଭୋଟ ମିଳିଛି। ଅପରପକ୍ଷେ ଆମ ଆଦମୀ ପାର୍ଟି ଏହି ନିର୍ବାଚନକୁ ବର୍ଜନ କରିଥିଲା। ଏପରି ପରିସ୍ଥିତିରେ ଭାଜପା ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିନେଇଛି। ଏହା ସହିତ କେନ୍ଦ୍ର ଏବଂ ଦିଲ୍ଲୀରେ ଭାଜପା ସରକାର ହେବା ସହିତ ଏମ୍ସିଡିରେ ଦଳର ମେୟର ମଧ୍ୟ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନରେ ଭାଜପା ଅଧିକାଂଶ ଦିନ କ୍ଷମତାରେ ରହିଛି। ହେଲେ ଫେବୃଆରୀ ୨୦୨୩ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ମେୟର ପଦବୀ ଆମ ଆଦମୀ ପାର୍ଟି ପାଖରେ ଥିଲା ଏବଂ ଦଳର ସେଲି ଓବେରୟ ମେୟର ଥିଲେ।












Click it and Unblock the Notifications