ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବିଜେପିର ପ୍ଲାନ୍ ତୟାର, ଜାଣନ୍ତୁ ବିଜେପିର ପ୍ଲାନ୍ କଣ?

ନୂଆଦିଲ୍ଲୀ:ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି । ଆଉ ଏଭଳି ସମୟ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଟା ସମାରୋହ ସମ୍ପର୍କରେ ମଙ୍ଗଳବାର (ଜାନୁଆରୀ ୨)ରେ ବିଜେପି ଏକ ବଡ଼ ନିଷ୍ପତ୍ତି ନେଇଛି । ୨୨ ଜାନୁୟାରୀକୁ ଦିୱାଲୀ ଭଳି ମାହୋଲ ସୃଷ୍ଟି କରିବାକୁ ବିଜେପି କର୍ମୀଙ୍କୁ କୁହାଯାଇଛି ।

ଏକ ସୂତ୍ରରୁ ପ୍ରକାଶ ଯେ ଜାନୁୟାରୀ ୨୫ ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବିଜେପି ନେତା ଓ କର୍ମୀମାନେ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଲୋକଙ୍କୁ ରାମ ମନ୍ଦିର ପରିଦର୍ଶନ ପାଇଁ ସୁବିଧା ଯୋଗାଇ ଦେବେ । ଆଉ ରାମ ମନ୍ଦିର ପରିଦର୍ଶନ କରିବାକୁ ଆସିଥିବା ଲୋକଙ୍କୁ ଢ଼ୋଲ ବାଜା , ଚନ୍ଦନ ଏବଂ ଫୁଲ ମାଳ ସହିତ ପଠାଯିବ ।

ବିଜେପିର ଦିଲ୍ଲୀରେ ହୋଇଥିବା ବୈଠକରେ ସାମିଲଥିବା ନେତା ମାନଙ୍କୁ କୁହାଯାଇଛି ଯେ, ରାମ ମନ୍ଦିରକୁ ନେଇ ଚାଲିଥିବା ଆନ୍ଦୋଳନ ବିଷୟରେ ସୂଚନା ଲୋକଙ୍କ ନିକଟରେ ପହଁଞ୍ଚାଅ । ଏହି ବୈଠକରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନାଡା, ସାଧାରଣ ସମ୍ପାଦକ ସୁନୀଲ ବନସଲ, କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ମାନସୁଖ ମାଣ୍ଡଭିଆ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାସର୍ମାଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।

jp nadda

ଦେଶର ପ୍ରତ୍ୟେକ ବୁଥ ସ୍ତରରରେ ଲୋକଙ୍କୁ ବିଜେପି ରାମ ମନ୍ଦିରର ଦର୍ଶନ କରାଇବ । ଏହି ଅଭିଯାନ ୨୫ ଜାନୁୟାରୀରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । କୁହାଯାଉଛି ଯେ ଗୋଟିଏ ଦିନରେ ପ୍ରାୟ ୫୦ ହଜାର ଲୋକଙ୍କୁ ରାମ ମନ୍ଦିର କରାଇବ ବିଜେପି । ରାମ ମନ୍ଦିରର ସ୍ୱପ୍ନକୁ ସାକାର କରିବାରେ ଦଳର ଅବଦାନ କିପରି ରହିଛି ତାହା ବିଜେପି ପ୍ରତ୍ୟେକ ଘରେ ଘରେ ଯାଇ କହିବ ।

ଆଉ କେଉଁ କେଉଁ ରାଜନୈତିକ ଦଳ ଏବଂ ନେତାମାନେ କ୍ରମାଗତ ଭାବରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ତାହା ମଧ୍ୟ ଲୋକଙ୍କୁ କହିବେ । ଦଳ ଚାହୁଁଛି ଯେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର କର୍ମୀମାନେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଁଞ୍ଚାନ୍ତୁ । ଦଳ ଏଥି ପାଇଁ ମଧ୍ୟ ଏଥିପାଇଁ ବୁକଲେଟ୍ ପ୍ରିଣ୍ଟ କରିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+