କାଲି ମିଳିଥିଲା ଟିକେଟ , ନିର୍ବାଚନ ଲଢ଼ିବାକୁ ମନା କଲେ ଆଜି , ଜାଣନ୍ତୁ କାରଣ...
ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ପୱନ ସିଂ ବଙ୍ଗଳାର ଆସାନସୋଲ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଛନ୍ତି । ଶନିବାର ସନ୍ଧ୍ୟାରେ ଲୋକସଭା ନିର୍ବାଚନ ପାଇଁ ବିଜେପି ତାହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏହି ତାଲିକାରେ ବିଜେପି ଭୋଜପୁରୀ ତାରକା ପୱନ ସିଂଙ୍କୁ ବଙ୍ଗଳାର ଆସାନସୋଲ ଆସନରୁ ପ୍ରାର୍ଥୀ କରିଥିଲା ।
ବର୍ତ୍ତମାନ ପୱନ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଆସାନସୋଲରୁ ଆସନରୁ ପ୍ରତିଦ୍ୱନ୍ଦିତା ନକରିବା ନେଇ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, 'ମୁଁ ବିଜେପିର ଶୀର୍ଷ ନେତୃତ୍ୱକୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ଦଳ ମୋ ଉପରେ ବିଶ୍ୱାସ କରି ମୋତେ ଆସାନସୋଲର ପ୍ରାର୍ଥୀ ଘୋଷଣା କଲା, କିନ୍ତୁ କୌଣସି କାରଣରୁ ମୁଁ ଆସାନସୋଲରୁ ପ୍ରତିଦ୍ୱନ୍ଦ୍ୱିତା କରିପାରିବି ନାହିଁ ।
ବିଜେପିର ପ୍ରଥମ ତାଲିକାରେ ଆସାନସୋଲରୁ ପୱନ ସିଂ, ଉତ୍ତର ପୂର୍ବ ଦିଲ୍ଲୀରେ ମନୋଜ ତିୱାରୀ, ୟୁପିର ଗୋରଖପୁରରୁ ରବି କିଶାନ, ୟୁପିର ଆଜମଗଡରୁ ଦୀନେଶ ଲାଲ ଯାଦବ ନିରୁହୁଙ୍କୁ ଟିକେଟ୍ ଦେଇଥିଲା ଦଳ । , କିନ୍ତୁ ବର୍ତ୍ତମାନ ପୱନ ସିଂ ଆସାନସୋଲରୁ ନିର୍ବାଚନ ଲଢ଼ିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରେଇ ଦେଇଛନ୍ତି ।

ଶନିବାର ଦିନ ଯେତେବେଳେ ଦଳ ତାଙ୍କ ନାମ ଘୋଷଣା କରିଥିଲା ସେତେବେଳେ ପୱନ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦଳର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଲେଖିଥିଲେ ଯେ ଯଦି ଦଳ ତାଙ୍କୁ ବିଶ୍ୱାସ କରେ ତେବେ ସେ ଆସାନସୋଲର ଲୋକଙ୍କୁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ ସେବା କରିବେ । ପୱନ ସିଂ ବିହାରର ଆରାନର ବାସିନ୍ଦା ଏବଂ ଗତ କିଛି ଦିନ ହେବ ଆଲୋଚନା ହୋଇଥିଲା ଯେ ପାର୍ଟି କେବଳ ଆରାନରୁ ପୱନ ସିଂଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇପାରେ ଦଳ ।
କିନ୍ତୁ ଦଳ ତାଙ୍କୁ ଆସାନସୋଲ ଆସନରୁ କରିଥିଲା ପ୍ରାର୍ଥୀ । ଟିଏମସିର ଶତ୍ରୁଘ୍ନ ସିହ୍ନା ବର୍ତ୍ତମାନ ଆସାନସୋଲ ଆସନରୁ ସାଂସଦ ଅଛନ୍ତି । ଆସାନସୋଲରେ ୩୦ ପ୍ରତିଶତ ଅଣ-ବଙ୍ଗୀୟ ଭୋଟର ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିହାରୀ ମୂଳ ଭୋଟର । ଏହି ଆସନରେ ୩୦ ପ୍ରତିଶତ ସଂଖ୍ୟାଲଘୁ ଭୋଟର ମଧ୍ୟ ଅଛନ୍ତି ।












Click it and Unblock the Notifications