ରାହୁଲଙ୍କ ପରେ ବଢ଼ିଲା ପ୍ରିୟଙ୍କାଙ୍କ ଅଡ଼ୁଆ! ତାଙ୍କ ଉପରେ ବିଜେପି ନେତା ଆଣିଲେ ଏହି ଅଭିଯୋଗ
ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଡ଼ୁଆରେ ପଡ଼ିଥିବାବେଳେ ଏବେ ତାଙ୍କ ଭଉଣୀ ତଥା ୱାୟନାଡ ଲୋକସଭା ସାଂସଦ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭାଡ୍ରା ମଧ୍ୟ ଅଡ଼ୁଆରେ ପଡ଼ିଯାଇଛନ୍ତି । ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ବିଜେପି ନେତ୍ରୀ ନବ୍ୟା ହରିଦାସ ।
ଶୁକ୍ରବାର କେରଳ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ହରିଦାସ ଦାବି କରିଛନ୍ତି ଯେ ନାମାଙ୍କନ ପତ୍ରରେ ପ୍ରିୟଙ୍କା ତାଙ୍କର ଏବଂ ତାଙ୍କ ପରିବାରର ସମ୍ପତ୍ତିକୁ ସଠିକ ଭାବେ ପ୍ରକାଶ କରିନାହାଁନ୍ତି ଏବଂ ଭୁଲ ତଥ୍ୟ ଦେଇଛନ୍ତି। ବିଜେପି ନେତା ଆହୁରି କହିଛନ୍ତି ଯେ, ଏହା ଆଦର୍ଶ ଆଚରଣ ବିଧି ବିରୁଦ୍ଧ ଏବଂ ଦୁର୍ନୀତିଗ୍ରସ୍ତ ଆଚରଣ ସହ ସମାନ।

ଏବେ ପ୍ରଶ୍ନ ହେଉଛି ବିଜେପି ନେତାଙ୍କ ଏହି ପଦକ୍ଷେପ ପରେ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଏମପି ପଦ ହରାଇବେ କି? କେରଳର ୱାୟନାଡ ଲୋକ ସଭା ଆସନରେ ଅନୁଷ୍ଠିତ ଉପ-ର୍ନିବାଚନରେ ହରିଦାସଙ୍କୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଞ୍ଚ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନବ୍ୟାଙ୍କ ଆବେଦନକୁ କୋର୍ଟ ନିଶ୍ଚିତ କରିଥିବାବେଳେ ଡିସେମ୍ବର ୨୦ରୁ ଜାନୁୟାରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ଥିବାରୁ ୨୦୨୫ ଜାନୁଆରୀ ରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।
ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ତାଙ୍କର ୪.୨୪ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ଏବଂ ୧୩.୮୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। ସେ ୧୫ ଲକ୍ଷ ୭୫ ହଜାର ଟଙ୍କା ଋଣ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କ ପାଖରେ ୫୯.୮୩ କିଲୋଗ୍ରାମ ମୂଲ୍ୟର ରୂପା ରହିଛି। ଯାହାର ମୋଟ ମୂଲ୍ୟ ୨୯.୫୫ଲକ୍ଷ ଟଙ୍କା। ତାଙ୍କ ପାଖରେ ୪.୪୧ କିଲୋଗ୍ରାମ ମୂଲ୍ୟର ଅଳଙ୍କାର ଅଛି, ସେଥିମଧ୍ୟରୁ ୨.୫ କିଲୋଗ୍ରାମ ସୁନା ଅଟେ। ଯାହାର ମୂଲ୍ୟ ହେଉଛି ୧କୋଟି ୧୫ଲକ୍ଷ ୭୯ହଜାର ଟଙ୍କା ବୋଲି ତାଙ୍କ ସତ୍ୟପାଠରେ ସେ ଦର୍ଶାଇଥିଲେ ।
କେରଳର ୱାୟନାଡ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନବ୍ୟା ହରିଦାସ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଡିସେମ୍ବର ୨୩ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟିରେ ଥିବାରୁ ଜାନୁଆରିରେ ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ବୋଲି ନବ ହରିଦାସ କହିଛନ୍ତି।












Click it and Unblock the Notifications