ଲୋକସଭା ନିର୍ବାଚନ ପାଇଁ ବିଜେପିର ମାଷ୍ଟର ଷ୍ଟ୍ରୋକ୍ ପ୍ଲାନ୍, ଆସନ୍ତା ୧୩ରୁ ପ୍ରଚାର ଆରମ୍ଭ କରିପାରନ୍ତି ମୋଦି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା ଲୋକସଭା ନିର୍ବାଚନ ପାଇଁ ହେଉଛି ପ୍ରସ୍ତୁତ । ଦଳ ବିଭିନ୍ନ ରାଜ୍ୟ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛି । ଆଉ ଏହି ସମୟରେ ଖବର ଆସିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରି ୧୩ ତାରିଖରେ ବିହାରର ଚମ୍ପାରଣ ଜିଲ୍ଲା ବେତିଆ ସହରର ରମଣ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ।
ସୁଚନାନୁଯାୟୀ, ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ରାସ୍ତା ଓ ନଆ ବ୍ରିଜ୍ ସମେତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜରା ପଡ଼ିଛି । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରରେ ବିଜେପି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି । ରାଜ୍ୟର ସମସ୍ତ ୪୦ ଟି ଆସନ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି ।
ଏଏନଆଇ ରିପୋର୍ଟ ଅନୁଯାୟୀ, ଦଳୀୟ ସୂତ୍ରରୁ ପ୍ରକାଶ ଯେ ଜାନୁଆରି ଓ ଫେବ୍ରୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିହାରରେ ଅନେକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରି ୧୫ ପରେ ପ୍ରଚାର କଟକଣା ହଟିବା ପରେ ପ୍ରମୁଖ ରାଲି ହେବାର ସମ୍ଭାବନା ମଧ୍ୟ ରହିଛି ।

ସେହିପରି ଜାନୁଆରୀ ଏବଂ ଫେବୃଆରୀ ମାସରେ ଅମିତ ଶାହା ସୀତାମାରହୀ, ମାଧେପୁରା ଏବଂ ନାଲଣ୍ଡା ଠାରେ ସଭା କରିବେ ବୋଲି ଆଶା କରାଯାଉଛି । ଜେପି ନାଡଡା ଅନେକ ସ୍ଥାନରେ ରାଲି ଆୟୋଜନ କରିପାରନ୍ତି, ବିଶେଷ କରି ବିହାରର ସେମାନଚାଲ ଏବଂ ପୂର୍ବ ଅଞ୍ଚଳରେ ତାଙ୍କର ଧ୍ୟାନ ରହିବ ।
ଏଥର ବିହାରର ରାଜନୈତିକ ଦୃଶ୍ୟପଟ୍ଟ ୨୦୧୯ ନିର୍ବାଚନ ଠାରୁ ରହିଛି ପୂରା ଭିନ୍ନ ।
୨୦୧୯ ନିର୍ବାଚନ ପରେ ଜେଡିୟୁ ସହିତ ରାଜ୍ୟରେ ବିଜେପି କ୍ଷମତାରେ ଥିଲା । କିନ୍ତୁ ବର୍ତ୍ତମାନ ଜେଡ଼ିୟୁ ବିରୋଧୀ ଭାବରେ ଥିବାବେଳେ ଦଳ ମଧ୍ୟ ବିରୋଧୀଙ୍କ ଇଣ୍ଡିଆ ଆଲିଆନ୍ସର ହୋଇଛି ଏକ ଅଂଶ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳର ନେତାମାନଙ୍କୁ ଏକାଠି କରି ବିଜେପି ସହ ପୂର୍ବ ମିଳିତ ମଞ୍ଚରେ ପରିବର୍ତ୍ତନ ଆଣିଛନ୍ତି । ଆଉ ଆସନ୍ତା ନିର୍ବାଚନରେ ବିହାରର ୪୦ ଟି ଲୋକସଭା ଆସନ ପାଇଁ ଯୋରଦାର ଲଢ଼େଇ ହେବା ନିଶ୍ଚିତ । ଯେଉଁଠାରେ ଗତ ନିର୍ବାଚନରେ ଏନଡିଏ ୩୯ ଟି ସିଟ୍ ଜିତିଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ସିଟ୍ ଜିତିଥିଲା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା











Click it and Unblock the Notifications