ରାହୁଲଙ୍କ ପାଇଁ ଜଲେବି ପଠାଇଲା ବିଜେପି,ଜାଣନ୍ତୁ ଦଳ ଏଭଳି କରିବା ପଛର କଣ ରହିଛି କାରଣ
ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସର ରଣନୀତି ଉପରେ ପ୍ରଶ୍ନ ଉଠିଛି। ନିର୍ବାଚନ ଫଳାଫଳ ପରଠାରୁ ରାହୁଲ ଗାନ୍ଧି ଗାଏବ ଥିଲେ। ସେ କୌଣସି ବୟାନ ଦେଇନଥିଲେ କି ସୋସିଆଲ ମିଡିଆରେ କିଛି ପୋଷ୍ଟ ମଧ୍ୟ କରିନଥିଲେ। ଏବେ ହରିୟାଣା ନିର୍ବାଚନ ଫଳାଫଳ ଆସିବାର ୨୪ ଘଣ୍ଟା ପରେ ସେ ହଠାତ୍ ପ୍ରକଟ ହୋଇଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଢ ରେ ପୋଷ୍ଟ କରି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ହରିୟାଣାର ଫଳାଫଳକୁ ସେ ଅପ୍ରତ୍ୟାଶିତ ବୋଲି ବର୍ଣ୍ଣନା କରିଛନ୍ତି।
କାହିଁକି କଂଗ୍ରେସ ହରିୟାଣାରେ ହାରିଲା, ସେ ନେଇ ବିଶ୍ଲେଷଣ ଚାଲିଛ ବୋଲି ସେ କହିଛନ୍ତି। କ୍ଷମତାର ଅପବ୍ୟବହାରର କାହାଣୀକୁ ସେ ଦୋହରାଇଛନ୍ତି। ଅନେକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ସେ ନିର୍ବାଚନ ଆୟୋଗଙ୍କୁ ଜଣାଇବେ ବୋଲି କହିଛନ୍ତି। ଆଉ ଅନ୍ୟପଟେ ବିଜେପି ରାଜ୍ୟରେ ବିଜୟ ହାସଲ କରିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି ଦଳ। ବିଜେପିର ହରିଆଣା ୟୁନିଟି ଏକ ଭିନ୍ନ ତରିକାରେ ନିଜ ବିଜୟ ଉତ୍ସବ ମନାଇଛି।

ପୂର୍ବରୁ ରାହୁଲ ଜଲେବିକୁ ନେଇ ଏକ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ପ୍ରତି ଉତ୍ତର ସ୍ୱରୁପ ଏହି ଜଲେବି ପଠାଇଛି ବିଜେପି। ଦଳ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍ କରାଯାଇ ଲେଖାଯାଇଛି, ''ଭାରତୀୟ ଜନତା ପାର୍ଟି (ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଜଲେବି ପଠାଯାଇଛି।'' ଏକ୍ସ ପୋଷ୍ଟ୍ରେ ଏକ ସ୍କ୍ରିନ୍ସଟ୍ ବି ଯୋଡ଼ା ଯାଇଛି। ଯେଉଁଥିରେ ଦିଲ୍ଲୀର ୨୪, ଆକ୍ର୍ବ ରୋଡ୍ରେ ଥିବା କଂଗ୍ରେସ ମୁଖ୍ୟାଳୟର ଠିକଣା ପଡ଼ି ଜଲେବି ବରାଦ ଦିଆଯାଇଥିବା ଏକ ଫୁଡ୍ ଡେଲିଭରି ଆପ୍ରେ ଉଲ୍ଲେଖ କରାଯାଇଛି।
କହିରଖୁଛୁ, ନିଜର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ ଯେ ଏହି ଅଞ୍ଚଳରେ ବହୁଳମାତ୍ରାରେ ଜିଲାପି ଉତ୍ପାଦନ ହେଉଛି। ଏଠାରୁ ଜିଲାପି ସାରା ଦେଶରେ ବିକ୍ରି କରାଯାଉଛି। ଏଥିରୁ ଲୋକେ ରୋଜଗାର ପାଇଥାନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଜିଏସ୍ଟି ଯୋଗୁ ଜିଲାପି ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏହି ବୟାନ ପରେ ରାହୁଲଙ୍କୁ ଭାଜପା ଟାର୍ଗେଟ କରିଥିଲା।












Click it and Unblock the Notifications