ବିଜେପିର ଉଦ୍ଦେଶ୍ୟ ମୋତେ ଗିରଫ କରିବା: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ରମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଠାଯାଇଥିବା ସମନକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ । ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଇଡିର ସମନ ପଛରେ ବିଜେପିର ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି । ଆଉ ବିଜେପିର ଉଦ୍ଦେଶ୍ୟ ହେଉଛି କି ପଚରା ଉଚରା ବାହାନାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଡ଼ାକ ପରେ ଗିରଫ କର ।

ସେ ଆହୁରି କହିଛନ୍ତି ଗତ ଦୁଇ ବର୍ଷ ହେଲା ଆମେ ଅନେକ ଥର ଗୋଟିଏ ଶବ୍ଦ ଶୁଣୁଛୁ - ମଦ ଦୁର୍ନୀତି । ଗତ ଦୁଇ ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ସମସ୍ତ ଏଜେନ୍ସି ଅନେକ ଚଢ଼ାଉ କରି ଅନେକ ଲୋକଙ୍କୁ ଗିରଫ କରି ସାରିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗୋଟି ବି ଟଙ୍କା ମିଳି ନାହିଁ । ଯଦି ପ୍ରକୃତରେ ଦୁର୍ନୀତି ଅଛି ତେବେ ଏତେ କୋଟି ଟଙ୍କା କୁଆଡେ ଗଲା?

Arvind Kejriwal

ସେମାନେ କରିଥିବାରେ ରେଡ୍‌ରେ ଗୋଟିଏ ବି ପଇସା ପାଇନାହାଁନ୍ତି । କଣ ସବୁ ଟଙ୍କା କୁଆଡ଼େ ଅଦୃଶ୍ୟ ହୋଇଯାଇଛି କି? ସତ କଥା ହେଉଛି କି କୌଣସି ପ୍ରକାରର ଦୁର୍ନୀତି ହୋଇନାହିଁ । ଯଦି ଏହା ହୋଇଥାନ୍ତା, ଟଙ୍କା ମଧ୍ୟ ମିଳିଥାନ୍ତା । ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି, 'ଏଭଳି ଅନେକ ନକଲି ମାମଲାରେ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଗିରଫ କରି ଜେଲରେ ରଖିଛନ୍ତି ।

କାହା ବିରୋଦ୍ଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ସେମାନଙ୍କୁ ଗି,ରଫ କରି ଜେଲରେ ରଖାଯାଇଛି । ସେ ଆହୁିରି କହିଛନ୍ତି ଭାଜପା ମୋ ନାଁରେ ମିଥ୍ୟା ଅଭିଯୋଗ କରି ଲୋକ ସଭା ନିର୍ବାଚନରେ ପ୍ରଚାରରୁ ନିବୃତ୍ତ କରିବାକୁ ଚାହୁଁଛି । ଖୋଲାଖୋଲି ଭାବେ ଗୁଣ୍ଡାଗର୍ଦ୍ଦି ଚାଲିଛି । କାହାକୁ ଧର ଏବଂ ତାଙ୍କୁ ଜେଲରେ ରଖ । ମୋର ସବୁଠାରୁ ବଡ ଶକ୍ତି ହେଉଛି ସଚ୍ଚୋଟତା ।

ସେମାନେ ମିଥ୍ୟା ମାମଲା ଦାଖଲ କରି ମୋର ସଚ୍ଚୋଟତାକୁ ଆଘାତ କରିବାକୁ ଚାହୁଁଛନ୍ତି । ଏହି ସମସ୍ତ ସମନ ବେଆଇନ ଅଟେ । ଏଗୁଡିକ କାହିଁକି ବେଆଇନ ବୋଲି ମୁଁ ଉଡିକୁ ଉତ୍ତର ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+