ଆଜି ଏକକ ନିର୍ବାଚନକୁ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
One Nation One Election: ଆଜି ଏକକ ନିର୍ବାଚନକୁ ନେଇ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା ପାଇଁ ଯାଉଛି। ଏହି ବୈଠକ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦିନ ୩.୩୦ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀ ବିଜେପି ପ୍ରେଦଶ ଅଧ୍ୟକ୍ଷ ବିରେନ୍ଦ୍ର ସଚଦେବା ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ ।
ସୂଚନା ରହିଛି, ସୁନୀଲ ବଂଶଲ ଏହି ହାଇ ପାୱାର କମିଟିର ଅଂଶ ଯାହା ଏକକ ନିର୍ବାଚନ ଉପରେ ଜନମତ ପାଇଁ ଗଠନ କରାଯାଇଛି । ଏହି ବୈଠକରେ ସେ ଦିଲ୍ଲୀ ବିଧାୟକଙ୍କ ସହ ଏକକ ନିର୍ବାଚନ ନେଇ ଆଲୋଚନା କରିବେ । ଆଗାମୀ ନିର୍ବାଚନ ପାଇଁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକକ ନିର୍ବାଚନ ନୀତିକୁ ନେଇ ଦଳର ରୂପରେଖ ଏବଂ ରଣନୀତି ଉପରେ ମଧ୍ୟ ଆଲୋଚନା ହୋଇପାରେ ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ଡିସେମ୍ବର ୧୨ ତାରିଖରେ ଏକକ ନିର୍ବାଚନ ବିଲକୁ ମୋଦି କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଥିଲା । ଏହାର ଅର୍ଥ ହେଉଛି ଏକ ସହିତ ଦେଶର ସମସ୍ତ ନିର୍ବାଚନ ଅନୁଷ୍ଠିତ ହେବ ।












Click it and Unblock the Notifications