କେଜ୍ରିୱାଲଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ବିଜେପି ନେତା, କହିଲେ ଛୋଟପିଲାଙ୍କୁ......
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଛି । ବିଭିନ୍ନ ଦଳ ପକ୍ଷରୁ ପୋଷ୍ଟର ଜରିଆରେ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରାଯାଉଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜରିଆରେ ରାଜ୍ୟରେ ପ୍ରଦୂଷଣ, ପାନୀୟ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଓ ଦୁର୍ନୀତି ପାଇଁ ଆମ୍ ଆଦ୍ମୀ ପାର୍ଟିକୁ ଦାୟୀ କରାଯାଇଛି ।
ଇତିମଧ୍ୟରେ ବିଜେପି ମୁଖପାତ୍ର ଗୌରବ ଭାଟିଆ' ଆପ୍ର ବରିଷ୍ଠ ନେତା ଅରବିନ୍ଦ କେଜରିୱାଲ ଓ ମୁଖ୍ୟମନ୍ତ୍ରୀ ଆତିସୀଙ୍କ ଦ୍ୱାରା ଛୋଟ ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଘଟଣା ସଂପର୍କରେ ଜାତୀୟ ମାନବାଧିକାର କମିଶନ ଦେଇଥିବା ମତ ପାଇଁ ଆପ୍କୁ ନିନ୍ଦା କରିଛନ୍ତି । ଅନ୍ୟପକ୍ଷରେ କଂଗେସ୍ର ଦଳ ମଧ୍ୟ ଆପ୍ ସରକାରର ବିଭିନ୍ନ ପ୍ରଶାସନିକ ଅବ୍ୟବସ୍ଥାକୁ ସାମଲୋଚନା କରିଚି ।

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଦଳୀର ବରିଷ୍ଠ ନେତା ସନ୍ଦୀପ ଦୀକ୍ଷିତ ଆପ୍ ଦଳ ଯମୁନା ନଦୀକୁ ସଫା କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି କେଜରିୱାଲ ଦିଲ୍ଲୀପାଇଁ କୌଣସି ଗଠନମୂଳକ କାର୍ଯ୍ୟ କରିନାହାନ୍ତି । ଅନ୍ୟପକ୍ଷରେ ଆମ୍ ଆଦମୀ ଦଳର ସଂଜୟ ସିଂ ଦିଲ୍ଲୀରେ ବିଜେପି ପୂଜକମାନଙ୍କୁ ବିରୋଧ କରୁଥିବା କହିଛନ୍ତି । ତାଭ୍କ ସରକାର ପୂଜକ, ମହିଳାମାନଙ୍କ ପାଇଁ କଲ୍ୟାଣ ମୂଳକ ଯୋଜନା ହାତକୁ ନେଇଥିବା ଶ୍ରୀ ସିଂ କହିଛନ୍ତି ।












Click it and Unblock the Notifications