ଦକ୍ଷିଣ ଉପରେ ବିଜେପିର ଫୋକସ୍, ତାମିଲନାଡୁରେ ପିଏମକେ ସହ ମେଣ୍ଟ କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ
ଲୋକସଭାରେ ୪୦୦ ଆସନ ପାଇଁ ଲକ୍ଷ୍ୟ ରଖୁଥିବା ବିଜେପି ଦକ୍ଷିଣରେ ନିଜର ଉପସ୍ଥିତି ବଢ଼ାଇବାରେ ବ୍ୟସ୍ତ ଅଛି । ଏଠାରେ ପିଏମକେ ଅର୍ଥାତ୍ ପଟ୍ଟାଲି ମକ୍ସାଲ କାଚି ପାର୍ଟି ସହିତ ବିଜେପି ଏକ ମିଳିତ ମଞ୍ଚ ଗଠନ କରିଛି । ଏହା ଏକ ଛୋଟ ଆଞ୍ଚଳିକ ଦଳ, ଯାହାର ବିଧାନସଭାରେ ପାଞ୍ଚରାମାଡୋସ ଜଣ ବିଧାୟକ ଅଛନ୍ତି । ଦଳର ସଭାପତି ଅନବୁମାନି ରାମାଦୋସ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ଏବଂ ଦେଶର ବିକାଶରେ ସହଯୋଗ କରିବା ପାଇଁ ବିଜେପି ସହ ଏକ ମେଣ୍ଟ ଗଠନ କରିଛନ୍ତି।

ବିଜେପି ଓ ସହଯୋଗୀ ପିଏମକେ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଛି। ମୋଟ୍ ୩୯ଟି ଲୋକସଭା ଆସନରୁ ପିଏମକେକୁ ୧୦ଟି ଆସନ ମିଳିଥିବା ସୂଚନା ମିଳିଛି। ଆଜି ବିଜେପି ଏବଂ ପିଏମକେ ମଧ୍ୟରେ ବୈଠକ ବସିଥିଲା। ଏଥିରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କେ ଅନ୍ନାମଲାଇ ଏବଂ କେନ୍ଦ୍ର ମନ୍ତ୍ରୀ ଏଲ୍ ମୁରୁଗାନ୍ ଉପସ୍ଥିତ ଥିବାବେଳେ ପିଏମକେ ପକ୍ଷରୁ ଦଳର ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଏସ ରାମାଦୋସ ଯୋଗ ଦେଇଥିଲେ।
ଏହି ଆଲୋଚନା ସମୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଦୁଳ ଦଳ ପକ୍ଷରୁ ଏନେଇ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ମୋଟ୍ ୩୯ ଲୋକସଭା ଆସନରୁ ପିଏମକେକୁ ୧୦ ଆସନ ଦିଆଯାଇଥିବା ଅନ୍ନାମଲାଇ କହିଛନ୍ତି।












Click it and Unblock the Notifications