Jammu and Kashmir Assembly Election: ୪୦ ବର୍ଷର ଶାସନକାଳରେ କଂଗ୍ରେସ ଯାହା କରିନଥିଲା ତାହା ବିଜେପି କରିଛି:ପିଏମ୍ ମୋଦୀ
Jammu and Kashmir Assembly Election 2024: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଲାଗି ୨ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ ଶେଷ ହୋଇଛି । ଆଉ କେବଳ ଗୋଟିଏ ପର୍ଯ୍ୟାୟ ବାକି ରହିଛି । ଆଉ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟ ଲାଗି ସବୁ ରାଜନୈତିକ ଦଳ ଗୁଡ଼ିକ ଜୋରଦାର କରୁଛନ୍ତି ପ୍ରଚାର । ଏହି ଶେଷ ପର୍ଯ୍ୟାୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି ପ୍ରଚାର ।
ମୋଦି କହିଛନ୍ତି , ଜାମ୍ମୁ କାଶ୍ମୀରବାସୀ ସେମାନଙ୍କର ଆଗାମୀ ପିଢ଼ି ପାଇଁ ଶାନ୍ତି ଏବଂ ଉନ୍ନତ ଭବିଷ୍ୟତରେ ପରିବେଶ ଆଶା କରୁଛନ୍ତି । ଜାମ୍ମୁ ଠାରେ ଏକ ନିର୍ବାଚନୀ ରାଲିରେ ଆଜି ଉଦ୍ବୋଧନ ଦେଇ ମତଦାନରେ ଜାମ୍ମୁ କାଶ୍ମୀରବାସୀଙ୍କର ଉପ୍ତାହ ଏବଂ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଦେଶପାଇଁ ଜୀବନବଳୀ ଦେଇଥିବା ସଂଗ୍ରାମୀଙ୍କୁ କଂଗ୍ରେସ ସମ୍ମାନ ଦେଇପାରି ନାହିଁ ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ।

'ଏକ ପଦବୀ ଏକ ପେନ୍ସନ୍ ବ୍ୟବସ୍ଥା' କଂଗ୍ରେସ ୪୦ ବର୍ଷର ଶାସନକାଳ ମଧ୍ୟରେ କରିପାରି ନ ଥିଲା । ୨୦୧୪ରେ ବିଜେପି ନେତୃତ୍ୱାଧୀନ ସରକାର ଆସିବା ପରେ ଏହି ସ୍ୱପ୍ନ ମଧ୍ୟ ସାକାର ହୋଇଛି । ଏ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଅଧୀନରେ ସେନା ପରିବାରଙ୍କୁ ୧ଲକ୍ଷ ୨୦ ହଜାର କୋଟି ଟଙ୍କାରୁ ଅଧିକ ଦିଆଯାଇ ସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନା ଯୋଗ୍ୟ ଆସନ୍ତା ପହିଲାରେ ଜାମ୍ମୁ କାଶ୍ମୀରରେ ୪୦ଟି ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଗ୍ରହଣ କରାଯିବ ।












Click it and Unblock the Notifications