ଉତ୍ତରାଖଣ୍ଡର ବିଜେପିର ବଡ ବିଜୟ , ଖାତା ଖୋଲି ପାରିଲେନି ବିରୋଧୀ
ସାରା ଦେଶରେ ବିଜେପିର ବିଜୟ ହୋଇଥିଲେ ବି ସେତେଟା ଆକର୍ଷଣୀୟ ହୋଇନାହିଁ। ଏହି ଭିତରେ ଉତ୍ତରାଖଣ୍ଡର ସମସ୍ତ ୫ଟି ଆସନରେ ବିଜୟ ହାସଲ କରିଛି ଭାଜପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଯୋଡ଼ି ଉତ୍ତରାଖଣ୍ଡରେ ଏକ ପ୍ରକାର ଯାଦୁ କରିଛି।

୨୦୨୪ ଲୋକସଭା ନିର୍ବାଚନ ଜିତି ହ୍ୟାଟ୍ରିକ୍ ହାସଲ କରିଛି। ୨୦୧୪ ଏବଂ ୨୦୧୯ରେ ଦଳ ଏହି ରାଜ୍ୟର ସମସ୍ତ ୫ଟି ଆସନ ଜିତିଥିଲା। ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ଦଳକୁ ଝଟ୍କା ଲାଗିଥିଲେ ବି ଉତ୍ତରାଖଣ୍ଡରେ ଦଳ ତୃତୟ ଥର ପାଇଁ ଭଲ ପ୍ରଦର୍ଶନ କରିଛି। ମୁଖ୍ୟମନ୍ତ୍ରୀ ଧାମିଙ୍କ ନେତୃତ଼୍ବରେ ଭାଜପା ୫ ସିଟ୍କୁ ବହୁମତ ସହିତ ନିଜ କବଜାରେ ରଖିବାକୁ ସକ୍ଷମ ହୋଇଛି। ଧାମି ଲୋକସଭା ନିର୍ବାଚନ ପାଇଁ ରାଜ୍ୟରେ ୧୦୯ଟି ସଭାରେ ପ୍ରଚାର କରିଥିଲେ। ଏଥିସହିତ ସାରା ଦେଶର ୯୫ଟି ସ୍ଥାନରେ ପ୍ରଚାର କରିଛନ୍ତି।
ସୂଚନା ଥାଉକି, ଉତ୍ତର ପ୍ରଦେଶରେ ଭାଜପା ନେତୃତ଼୍ବାଧୀନ ଏନ୍ଡିଏ ୩୬ ସିଟ୍ ଏବଂ ସପା-କଂଗ୍ରେସ ମେଣ୍ଟ ୪୩ ସିଟ୍ ଜିତିଛି । ଅନ୍ୟପଟେ ବସପାକୁ ଏକା ନିର୍ବାଚନ ଲଢ଼ିବା ମହଙ୍ଗା ପଡ଼ିଛି। ଫଳରେ ୟୁପିରେ ଖତା ଖୋଲିପାରିନି ବସପା।












Click it and Unblock the Notifications