ଜମ୍ମୁ ନିର୍ବାଚନ ପୂର୍ବରୁ ବିଜେପିର ବଢ଼ିଲା ଅଡ଼ୁଆ, ଦଳୀୟ କାର୍ଯ୍ୟାଳୟ ବାହାରେ ନେତା କଲେ ବିକ୍ଷୋଭ
ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ହେଲେ କିଛି ସମୟ ପରେ ଦଳ ଏହି ତାଲିକାକୁ ପ୍ରତ୍ୟାହର କରି ୧୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କାହିଁକି ଏହି ପଦକ୍ଷେପ ନେବାକୁ ପଡିଲା ସେନେଇ ରାଜନୈତିକ ମହଲରେ ତୀବ୍ର ଆଲୋଚନା ଚାଲିଛି। କିନ୍ତୁ ଏପେଟେ ନିର୍ବାଚନ ପୂର୍ବରୁ ବିଜେପି ଅଡ଼ୁଆ ପରିସ୍ଥିତିରେ ପଡ଼ିଛି।
ଜମ୍ମୁ-କଶ୍ମୀର ବିଜେପିରେ ଦେଖାଯାଇଛି ବିଦ୍ରୋହ। ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ଦଳୀୟ ଅଫିସ ଆଗରେ କରିଛନ୍ତି ବିକ୍ଷୋଭ। ଆଜି ଦଳ ପକ୍ଷରୁ ଜମ୍ମୁ-କଶ୍ମୀରର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲା। ଏହାପରେ ଟିକେଟ ପାଇ ନଥିବା ବିଜେପି ନେତା ଓ ସେମାନଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି। ଯେଉଁ କାରଣରୁ କୁହାଯାଉଛି ବିଜେପି ଆଗକୁ ଅଡ଼ୁଆରେ ପଡ଼ିପାରେ ।

ସୁଚନାଯାଗ୍ୟେ ଯେ, ଜମ୍ମୁ-କଶ୍ମୀର ବିଧାନସଭାର ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍େଟମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।












Click it and Unblock the Notifications