କେଦାରନାଥରେ ୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଜିତିଲା ବିଜେପି
ଡେରାଡୁନ୍: ଉତ୍ତରାଖଣ୍ଡର କେଦାରନାଥ ଆସନ ପାଇଁ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଶାସକ ଭାରତୀୟ ଜନତା ପାର୍ଟିର ଆଶା ନୌତିଆଲ ୫୬୨୨ ଭୋଟରେ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ମନୋଜ ରାଓ୍ବତଙ୍କ ପରାସ୍ତ କରିଛନ୍ତି । ବିଜେପି ବିଧାୟକ ଶୀଲା ରାଣୀ ରାୱତଙ୍କ ଅକାଳ ବିୟୋଗ ଯୋଗୁଁ କେଦାରନାଥ ବିଧାନସଭାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଗତ ଜୁଲାଇ ମାସରେ ବଦ୍ରିନାଥ ବିଧାନସଭା ଉପନିର୍ବାଚନରେ ଶାସକ ବିଜେପି ପରାଜୟର ସମ୍ମୁଖୀନ ହୋଇଥିବା ବେଳେ କଂଗ୍ରେସ ଏହାକୁ ଦେଶର ପରିବର୍ତ୍ତିତ ରାଜନୀତିର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲା। ତେବେ ୪ ମାସ ପରେ ଅନୁଷ୍ଠିତ କେଦାରନାଥ ଉପନିର୍ବାଚନରେ ସ୍ଥିତି ବଦଳିଯାଇଥିଲା ଏବଂ ଦଳ ନିଜ ଆସନ ବଜାୟ ରଖିବାରେ ସଫଳ ହୋଇଛି ।












Click it and Unblock the Notifications