Chandigarh Mayor Election: ବିଜେପି ମାରିଲା ବାଜି, ହରପ୍ରୀତ କୌର ବିଜୟୀ
ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏଥର ବାଜି ମାରିନେଇଛି ବିଜେପି । ବିଜେପି ପ୍ରାର୍ଥୀ ହରପ୍ରୀତ କୌର ମୋଟ ୧୯ ଖଣ୍ଡ ଭୋଟ୍ ପାଇଛନ୍ତି । ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ପ୍ରେମଲତାଙ୍କ ସପକ୍ଷରେ ୧୭ ଖଣ୍ଡ ଭୋଟ୍ ପଡ଼ିଛି । ତିନିଜଣ କାଉନସିଲର ବିଜେପି ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ । ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମେଣ୍ଟ କ୍ରସ-ଭୋଟିଂକୁ ରୋକିବା, ପ୍ରତ୍ୟେକ ଭୋଟ୍ ବଞ୍ଚାଇବା ପାଇଁ ନିଜର ସମସ୍ତ କାଉନସିଲରଙ୍କୁ ରିସୋର୍ଟରେ ରଖିଥିଲେ । ଆମ୍ ଆଦମୀ ପାର୍ଟି କାଉନସିଲରମାନେ ପଞ୍ଜାବ ପୋଲିସର ତତ୍ତ୍ୱାବଧାନରେ ଥିବାବେଳେ କଂଗ୍ରେସ କାଉନସିଲରମାନଙ୍କୁ ଦଳର ନେତାମାନେ ହିଁ ନଜର ରଖିଥିଲେ । କିନ୍ତୁ ଏହି ଉପାୟ କାମ କରି ନ ଥିଲା ।
ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସର କାଉନସିଲରମାନେ କ୍ରସ୍ ଭୋଟ୍ ଦେଇଛନ୍ତି। ସିନିୟର ଡେପୁଟି ମେୟର ଆସନରେ କଂଗ୍ରେସର ଜସବୀର ସିଂ ବଣ୍ଟି ଜିତିଛନ୍ତି। ସେ ୧୯ ଭୋଟ୍ ପାଇଥିବାବେଳେ ବିଜେପିର ବିମଲା ଦୁବେ ୧୭ ଟି ଭୋଟ୍ ପାଇଛନ୍ତି। ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ୧୯ ଟି ଭୋଟ୍ ପାଇଛନ୍ତି, ଯାହାକି ସଂଖ୍ୟାଗରିଷ୍ଠତା ଅଟେ। ମୋଟ ୩୬ ଟି ଭୋଟ୍ ପଡିଥିଲା। ବିଜେପିର ମୋଟ ୧୬ ଜଣ କାଉନସିଲର ଅଛନ୍ତି, ତେଣୁ AAP ଏବଂ କଂଗ୍ରେସର ତିନିଜଣ କାଉନସିଲର କ୍ରସ ଭୋଟ୍ ଦେଇଛନ୍ତି।

ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେସନରେ ଆମ୍ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଏବଂ କଂଗ୍ରେସର ୬ ଜଣ କାଉନସିଲର ଅଛନ୍ତି। ଗୃହରେ ସମୁଦାୟ ୩୫ ଜଣ କାଉନସିଲର ଥିବାବେଳେ ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମଧ୍ୟ ଗୋଟିଏ ଭୋଟ ଦେଇଥିଲେ। ଆପ-କଂଗ୍ରେସ ମେଣ୍ଟରେ ସଂଖ୍ୟା ଗରିଷ୍ଠତା ଥିଲେ ମଧ୍ୟ ବିଜେପି ମେୟରଙ୍କୁ ସଫଳତା ମିଳିଛି। ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରେମ ଲତାଙ୍କୁ ପ୍ରାର୍ଥୀ କରିଥିଲା। ତାଙ୍କର ପ୍ରତିଯୋଗିତା ହରପ୍ରୀତ କୌର ବବଲାଙ୍କ ସହ ହୋଇଥିଲା। ପ୍ରେମ ଲତା ୧୭ ଭୋଟ୍ ପାଇଥିଲେ।












Click it and Unblock the Notifications