ମହାରାଷ୍ଟ୍ର ମହାନଗର ନିଗମ ନିର୍ବାଚନରେ ବଡ ବିଜୟ ହେଲା ବିଜେପି, ଫେଲ୍ ମାରିଲା ବିରୋଧୀଙ୍କ ରଣନୀତି

ମହାରାଷ୍ଟ୍ରର ୨୯ଟି ପୌର ନିଗମ ନିର୍ବାଚନର ଭୋଟଗଣତି ଶୁକ୍ରବାର ଅନୁଷ୍ଠିତ ହୋଇଛି। ସମସ୍ତ ମହାନଗର ନିର୍ବାଚନରେ ଥିବା ମୋଟ ୨୮୬୯ଟି ୱାର୍ଡ ମଧ୍ୟରୁ ବିଜେପି ଏକାକୀ ୧୪୨୨ଟି ୱାର୍ଡରେ ବିଜୟୀ ହୋଇଛି। ସେହିପରି ବିଜେପିର ସହଯୋଗୀ ତଥା ରାଜ୍ୟର ଶାସକ ମହାୟୁତି ମେଣ୍ଟରର ଅଂଶୀଦାର ଦଳ ଏକନାଥ ସିନ୍ଧେଙ୍କ ନେତୃତ୍ବାଧୀନ ଶିବସେନା ୩୭୪ଟି ୱାର୍ଡ ଓ ଅଜିତ ପୱାରଙ୍କ ନେତୃତ୍ବାଧୀନ ଏନସିପି ୧୫୫ଟି ୱାର୍ଡରେ ବିଜୟୀ ହୋଇଛି। ବିରୋଧୀ ମହାବିକାଶ ଅଘାଡିର ଅଂଶୀଦାର ଦଳ ଭାବେ କଂଗ୍ରେସ ୩୩୦ଟି ୱାର୍ଡରେ ବିଜୟୀ ହୋଇଛି। ସହଯୋଗୀ ଶିବସେନା (ୟୁବିଟି) ୧୭୬ ଓ ଶରଦ ପୱାରଙ୍କ ନେତୃତ୍ବାଧୀନ ଏନସିପି(ଏସ୍‌ପି) ୪୧ଟି ୱାର୍ଡରେ ବିଜୟୀ ହୋଇଛି। ରାଜ ଠାକେରଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ମାତ୍ର ୧୩ଟି ୱାର୍ଡରେ ବିଜୟୀ ହୋଇଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୩୪୩ଟି ୱାର୍ଡରେ ବିଜୟୀ ହୋଇଛନ୍ତି। ତେବେ ଆଉ କେତେକ ୱାର୍ଡର ଫଳ ପ୍ରକାଶ ପାଇ ନାହିଁ। ତେଣୁ ଉପରୋକ୍ତ ନିର୍ବାଚନ ଫଳ ପରିବର୍ତ୍ତନ ହୋଇପାରେ।

BJP

ଏହି ନିର୍ବାଚନ ଫଳ ପ୍ରକାଶ ପରେ ବୃହତ୍‌ମୁମ୍ବଇ ପୌର ନିଗମ (ବିଏମସି) ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା (ୟୁବିଟି) ଅକ୍ତିଆରରୁ ଚାଲିଯାଇଛି। ଶିବସେନା (ୟୁବିଟି) ବା ଠାକରେ ପରିବାର ଦୀର୍ଘ ପ୍ରାୟ ୩୦ବର୍ଷ ହେଲା ବିଏମସିରେ ନିଜ ଶାସନ ଚଳାଇ ଆସିଥିଲା।
ବିଏମସି ଏବେ ବିଜେପି ଅଧୀନକୁ ଯିବା ନିଶ୍ଚିତ ହୋଇଛି। ବିଏମସିର ମୋଟ ୨୨୭ଟି ୱାର୍ଡ ମଧ୍ୟରୁ ବିଜେପି ଏକାକୀ ୮୮ଟି ୱାର୍ଡରେ ବିଜୟୀ ହୋଇଛି। ସହଯୋଗୀ ଶିବସେନା ୨୮ଟି ଓ ଏନସିପି ୩ଟି ୱାର୍ଡରେ ବିଜୟୀ ହୋଇଛି। ଏଠାରେ ମେୟର ପଦ ହାସଲ ଲାଗି ୧୧୪ଟି କର୍ପୋରେଟରଙ୍କ ସମର୍ଥନ ଆବଶ୍ୟକ। ତେଣୁ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ପାଖକୁ ବିଏମସି ଯାଇଛି। ଅନ୍ୟପଟେ ଶିବସେନା (ୟୁବିଟି) ବିଏମସିର ୬୬ଟି ୱାଡରେ ବିଜୟୀ ହୋଇଥିବାବେଳେ ସହଯୋଗୀ କଂଗ୍ରେସ ୨୪ଟି, ଏମଏନଏସ୍ ୬ଟି, ଏନସିପି(ଏସ୍‌ପି) ଗୋଟିଏ ୱାର୍ଡରେ ବିଜୟୀ ହୋଇଛି।

ବିଏମସି ବ୍ୟତୀତ ପୁଣେ, ନାଗପୁର, ନଭି ମୁମ୍ବଇ, ପିମ୍ପ୍ର ଛିଞ୍ଚୱାର୍ଡ୍‌ ଭଳି ମହାନଗର ନିଗମରେ ବିଜେପି କ୍ଷମତା ଦଖଲ କରିଛି। ଏହି ପୌର ନିଗମ ନିର୍ବାଚନରେ ଶାସକ ଓ ବିରୋଧୀ ମେଣ୍ଟର ଅଂଶୀଦାର ଦଳଗୁଡିକ ଅଲଗା ଅଲଗା ହୋଇ ଲଢିଥିଲେ। ମାତ୍ର ସେମାନଙ୍କ ମଧ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ​‌େ​‌ହବାର ବୁଝାମଣା ହୋଇଛି। ବିଏମସିରେ ଶିବସେନା (ୟୁବିଟି) ଓ ଏମଏନଏସ୍ ଏକାଠି ହୋଇ ଲଢିଥିଲେ। ଦୁଇ ଠାକରେ ଭ୍ରାତାଙ୍କ ମିଳନ ବିଏମସି ନିର୍ବାଚନରେ କିଛି ପ୍ରଭାବ ପକାଇପାରି ନାହିଁ। ରାଜ୍ୟର ୨୯ଟି ମହାନଗର ନିଗମ ପାଇଁ ଗୁରୁବାର ଭୋଟ ଗ୍ରହଣ ହୋଇଥିଲା। ଏହି ନିର୍ବାଚନରେ ୬୮ଜଣ ପ୍ରାର୍ଥ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ମୋଟ ୧୫,୯୩୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+