ଆପକୁ ପଛରେ ପକାଇ ୪୮ ଆସନରେ ବିଜୟୀ ହେଲା ବିଜେପି !
ଦିଲ୍ଲୀ ଦଖଲ କରିଛି ବିଜେପି। ବହୁବର୍ଷର ପ୍ରତୀକ୍ଷା ପରେ ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ଏକପ୍ରକାର ସ୍ଥିର ହୋଇଛି। ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ଶନିବାର ଭୋଟ ଗଣତି ଜାରି ରହିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ମୋଟ ୭୦ ଆସନ ମଧ୍ୟରୁ ବିଜେପି ୪୮ ଆସନରେ ଆଗୁଆ ରହିଛି। ବିଗତ ୧୦ ବର୍ଷ ଧରି କ୍ଷମତାରେ ରହିଆସିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍)କୁ ୨୨ ଆସନରେ ଅଟକିବାକୁ ପଡ଼ିଛି। ଦଳ ୨୨ ଆସନରେ ଆଗୁଆ ରହିଛି। ଆଶ୍ଚର୍ଯ୍ୟର କଥା ଖୋଦ ଆପ୍ ସୁପ୍ରିମୋ କେଜ୍ରିୱାଲଙ୍କୁ ନିର୍ବାଚନରେ ପରାଜିତ ହେବାକୁ ପଡ଼ିଛି। କେବଳ କେଜ୍ରିୱାଲ ନୁହନ୍ତି, ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ, ସୋମନାଥ ଭାରତୀ, ସତ୍ୟେନ୍ଦ୍ର ଜୈନ, ଦୁର୍ଗେଶ ପାଠକଙ୍କ ଭଳି ହେଭିୱେଟ ନେତାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଛି।

ଦିଲ୍ଲୀରେ ବିଜେପିର ଉନ୍ନତ ପ୍ରଦର୍ଶନକୁ ନେଇ ଦଳୀୟ ନେତାମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ସରକାରକୁ ପରାଜିତ କରିବା ପରେ ବିଜେପିର ଏହା ଅନ୍ୟତମ ବଡ଼ ବିଜୟ ବୋଲି କୁହାଯାଉଛି।
ଅନ୍ୟପଟେ କଂଗ୍ରେସ ଏଥର ବି ଖାତା ଖୋଲିପାରି ନାହିଁ। ଲଗାତର ୩ୟ ଥର ଲାଗି କଂଗ୍ରେସର କୌଣସି ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇପାରି ନାହାନ୍ତି। ରାହୁଲ ଗାନ୍ଧୀଙ୍କ ପ୍ରଚାର ସତ୍ବେ ଦିଲ୍ଲୀବାସୀ ଏହି ସର୍ବପୁରାତନ ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications