କର୍ଣ୍ଣାଟକକୁ ନମ୍ବର-1 ରାଜ୍ୟ କରିବ ବିଜେପି,ଡବଲ୍ ଇଞ୍ଜିନ ସରକାର ଆଣିବ ବିକାଶ:ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭାରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିଛନ୍ତି। ଏହି ସଭାରେ ଚାଷୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଏହା ମୋର ସୌଭାଗ୍ୟ ଯେ ଏହି ବିଧାନସଭା ନିର୍ବାଚନର ଆରମ୍ଭ ମୁଁ ବିଦରରୁ ଆରମ୍ଭ କରୁଛି ।

ମୋଦି ଆହୁରି କହିଛନ୍ତି, ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିଲି ସେତେବେଳେ ମଧ୍ୟ ମୋତେ ବିଦରର ଆଶୀର୍ବାଦ ପାଇଥିଲି । ଆଜି ଏତେ ସଂଖ୍ୟାରେ ଏଠାକୁ ଆସି ଆପଣ ସମଗ୍ର ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଏଥର ବିଜେପି ସରକାର। ଏହି ନିର୍ବାଚନ କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବ । ସେ ଆହୁରି କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ସରକାର କର୍ଣ୍ଣାଟକବାସୀଙ୍କୁ ପାଣି ପିଇବାକୁ ମଧ୍ୟ ଦେଇନଥିଲେ ।

pm modi


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କର୍ଣ୍ଣାଟକର ଲୋକମାନେ ଜାଣିଛନ୍ତି ଜଳର ଅଭାବ କ'ଣ? ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଜାଣେ କର୍ଣ୍ଣାଟକବାସୀ ଚାହୁଁଛନ୍ତି ଯେ, ଏଠାରେ ରାଜପଥ ଏବଂ ଏକ୍ସପ୍ରେସୱେ ବିସ୍ତାର ହେଉଥାଉ, ମେଟ୍ରୋ ସୁବିଧା ଅଧିକ ଜିଲ୍ଲାକୁ ବିସ୍ତାର ହେଉ, 'ଭନ୍ଦେ ଭାରତ' ପରି ଆଧୁନିକ ଟ୍ରେନ୍ ଅଧିକ ସଂଖ୍ୟାରେ ଚାଲୁ ଏବଂ ଚାଷରେ ଆଧୁନିକ ଜଳସେଚନ ସୁବିଧା ମିଳୁ ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଗତ ୫ ବର୍ଷ ହେବ କର୍ଣ୍ଣାଟକର ସାଧାରଣ ଜନତା ଯେଉଁ ବିକାଶ ଦେଉଛି ସେଥିରେ
ବ୍ରେକ୍ ନ ଲାଗୁ । ବିଜେପି ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଦାୟିତ୍ୱ ନେଉଛି । କର୍ଣ୍ଣାଟକକୁ ଦେଶର ଏକ ନମ୍ବର ରାଜ୍ୟ କରିବା ପାଇଁ ଏଠାରେ ଏକ ଡବଲ୍ ଇଞ୍ଜିନ ସରକାର ରହିବା ଅତ୍ୟନ୍ତ ଜରୁରୀ ।

କଂଗ୍ରେସ ସରକାର ସମୟରେ ପ୍ରତିବର୍ଷ କର୍ଣ୍ଣାଟକକୁ ପ୍ରାୟ ୩୦,୦୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗ ହେଉଥିବାବେଳେ ବିଜେପି ସରକାରଙ୍କ ଅଧୀନରେ ପ୍ରାୟ ୯୦,୦୦୦ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ କର୍ଣ୍ଣାଟକକୁ ଆସୁଛି । ଡବଲ୍ ଇଞ୍ଜିନ୍ ସରକାର ଅର୍ଥ - ଡବଲ୍ ଲାଭ, ଡବଲ୍ ସ୍ପିଡ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+