ନିଜ ପାଖରେ ଏହି ସବୁ ବିଭାଗ ରଖିବ ବିଜେପି , ଜାଣନ୍ତୁ କଣ କଣ ?
ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ଆଉ ଏହା ପୂର୍ବରୁ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ? କେଉଁ ଦଳ ଭାଗରେ କେତେ ମନ୍ତ୍ରୀ ପଦ ରହିବ? ତାକୁ ନେଇ ଚର୍ଚ୍ଚା ବଢିଛି ।

ଏମିତିକି ନେତାମାନଙ୍କୁ ଶପଥ ନେବା ପାଇଁ ଫୋନ୍ କଲ୍ ଯିବା ମଧ୍ୟ ଆରମ୍ଭ ହେଇଗଲାଣି । ବିଜେପିର କିଛି ନେତାଙ୍କ ସହ ଏନଡିଏ ସହଯୋଗୀ ଦଳର କିଛି ନେତାଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି । ବିଶେଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବିଜେପି ଏଥର କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ନିଜ ପାଖରେ ହିଁ ରଖିବ । ଏହାବାଦ୍ ଅନ୍ୟ ମନ୍ତ୍ରାଳୟରେ ସହଯୋଗୀ ଦଳର ନେତାଙ୍କୁ ମନ୍ତ୍ରୀ କରାଯିବ ବୋଲି ସୂଚନା ରହିଛି ।
ବିଜେପି ଏଥର ମଧ୍ୟ ଗୃହ ବିଭାଗ ସହ ଅର୍ଥ ବିଭାଗ, ବୈଦେଶିକ ବ୍ୟାପାର ଓ ପ୍ରତିରକ୍ଷା ବିଭାଗ ନିଜ ପାଖରେ ରଖିବ । ତେବେ ରେଳ, କୃଷି, ଶିକ୍ଷା ଭଳି କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଏଥର ବିଜେପି ନିଜ ପାଖରେ ନରଖି, ନିଜ ସହଯୋଗୀଙ୍କୁ ଦେଇପାରେ ।
ତେବେ ମୋଦୀ କ୍ୟାବିନେଟରେ ଶପଥ ନେବାକୁ ଏବେ ନେତାଙ୍କ ପାଖକୁ ଫୋନ୍ କଲ୍ ଯିବା ଆରମ୍ଭ ହେଇଛି । ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ବିଜେପି ନେତା ପିୟୁଷ ଗୋଏଲ, ରାଜନାଥ ସିଂହ, ନୀତିନ ଗଡକରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଫୋନ୍ ଯାଇଛି । ଏହାସହ ଜେଡିଏସ୍ ନେତା କୁମାରସ୍ୱାମୀ, ହାମ୍ ନେତା ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି(ଆର୍) ନେତା ଚିରାଗ ପାଶୱାନ୍, ଜେଡିୟୁ ନେତା ରାମନାଥ ଠାକୁର ଏବଂ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କ ପାଖକୁ ଫୋନ୍ ଯାଇଛି । ଏହି ସବୁ ନେତା ଆଜି ମୋଦୀଙ୍କ ସହ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications