ଅଗଷ୍ଟରେ ବିଜେପିକୁ ମିଳିବ ନୂଆ ଅଧ୍ୟକ୍ଷ, ଏହି ସବୁ ନାଁ ଅଛି ଆଗରେ

ବିଜେପି ନେବ ବଡ ନିଷ୍ପତ୍ତି । ଚାଲିଛି ମାନସ ମନ୍ଥନ । କିଏ ସମ୍ଭାଳିବି ବିଜେପି ରାଷ୍ଟ୍ରୀୟ ମଙ୍ଗ । କାହା ଉପରେ ଦଳ ଦେବ ଏହି ଗୁରୁ ଦାୟିତ୍ଵ । ଅଗଷ୍ଟ ଶେଷ ସୁଦ୍ଧା ଦଳକୁ ମିଳିପାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଅଗଷ୍ଟ ମାସରେ ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଶେଷ ହେଉଥିବାରୁ ଏହା ପୂର୍ବରୁ ନୂଆ ଚେହେରାଙ୍କ ଉପରେ ଦଳ ମୋହର ମାରିପାରେ ବୋଲି ଅନୁମାନ କରାଯାଉଛି।

bjp

ଯଦିଓ ଜୁନ ମାସରୁ ନଡ୍ଡାଙ୍କ କାର୍ୟ୍ୟକାଳ ସରିଥିଲେ ବି ନୂଆ ଅଧ୍ୟକ୍ଷ ପର୍ୟ୍ୟନ୍ତ ସେ ଦାୟିତ୍ବ ସମ୍ଭାଳିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ତେବେ ଏହି ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ସ୍ମୃତି ଇରାନୀ। ଆଜି ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କୌଣସି ମହିଳା ଚେହେରାଙ୍କୁ ଦଳ ସୁଯୋଗ ଦେଇନାହିଁ । ଅନ୍ୟପଟେ ସ୍ମୃତି ଦଳର ଜଣେ ଫାୟାରବ୍ରାଣ୍ଡ ଚେହେରା ହୋଇ ମଧ୍ୟ ଆମେଠିରୁ ହାରିଛନ୍ତି।

ସେପଟେ ଦଳ ନାରୀ ସଶକ୍ତିକରଣ କଥା କହୁଥିବାବାରୁ ସ୍ମୃତିଙ୍କୁ ନେଇ ବଡ଼ ନିଷ୍ପତି ନେଇପାରେ। ବୁଧବାର ଗୃହମନ୍ତ୍ରୀ ଅମିତ ଶାହା, ମହାସଚିବ ବିଏସ ସନ୍ତୋଷଙ୍କ ସହ ନଡ୍ଡା ଦୁଇ ଘଂଟା ଧରି ବୈଠକ କରିବା ପରେ ଦଳ ଖୁବ ଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାଛୁଥିବା ଖବର ଚର୍ଚ୍ଚା ହେଉଛି ।ସେପଟେ ଜୁଲାଇ ୨୫ରୁ ଆରମ୍ଭ ହୋଇଥିବା ସମସ୍ତ ରାଜ୍ୟର ମହାସଚିବଙ୍କ ବୈଠକରେ ମଧ୍ୟ ଏନେଇ ବିଚାର ବିମର୍ଶ କରାଯାଇପାରେ ।

ମୋଦୀଙ୍କ ତୃତୀୟ କାଳରେ ନଡ୍ଡାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଦୁଇ ଦୁଇଟା ଦାୟିତ୍ବ ଦୁଲାଉଥିବାରୁ ନଡ୍ଡାଙ୍କ ଉପରେ ଅଧିକ ଚାପ ପଡୁଥିବା ହେତୁ ଦଳ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଚିନ୍ତା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+