କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷର ହିସାବ ଦେବ ବିଜେପି
ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ-
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତିମାନେ ଉପସ୍ଥିତ ଅଛନ୍ତି ।

କେନ୍ଦ୍ରରେ ମୋଦି ସରକାରଙ୍କ 11 ବର୍ଷ ଓ ରାଜ୍ୟରେ ବିଜେପି ସରକାରର 1 ବର୍ଷ ପୂର୍ତ୍ତି ପାଳନ ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୋଜନା ବୈଠକ । ସେବା, ସୁଶାସନ, ଗରିବ କଲ୍ୟାଣର ମୂଳ ଆଧାରକୁ ନେଇ ବିଜେପି ଜନ ସାଧାରଣଙ୍କ ପାଖକୁ ଯିବ ଦଳ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ କର୍ମକର୍ତ୍ତା । ଜୁନ 9ରୁ ରାଜ୍ୟ ବ୍ୟାପୀ ଆରମ୍ଭ ହେବ ବିଭିନ୍ନ କାର୍ଯ୍ୟକ୍ରମ । ସଶକ୍ତ ଭାରତ, ସୁରକ୍ଷିତ ଭାରତ ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ ।
ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ଏବଂ ଜିଲ୍ଲା ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ତଥା କେନ୍ଦ୍ରୀୟ ନେତୃତ୍ୱ ମାନେ ସାମ୍ବାଦିକ ସମ୍ମିଳନୀ କରିବେ । ଏହାସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯିବ । ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନେ ଆଲୋଚନା ଚକ୍ରରେ ଭାଗ ନେବେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହଯୋଗ ସହ ବ୍ୟାପକ କାର୍ଯ୍ୟକ୍ରମ କରାଯିବ । ଡବଲ ଇଞ୍ଜିନ ସରକାରର ସୁଫଳ ରାଜ୍ୟବାସୀ କେତେ ପାଉଛନ୍ତି । ମୋଦି ସରକାରଙ୍କ 11 ବର୍ଷ ଶାସନରେ ହୋଇଥିବା କାର୍ଯ୍ୟକ୍ରମ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାରର 1 ବର୍ଷ ଭିତରେ ପୂରଣ ହୋଇଥିବା ପ୍ରତିଶ୍ରୁତି ବାବଦରେ ଲୋକଙ୍କୁ ଜଣାଇବ ଦଳ ।
78 ବର୍ଷ ଭିତରେ କଂଗ୍ରେସ ଏବଂ ବିଜେଡ଼ି କେମିତି ଓଡ଼ିଶା ପଛକୁ ନେଇଗଲେ, ତାହାର ତଥ୍ୟ ମଧ୍ୟ ଲୋକଙ୍କ ଆଗରେ ରଖିବେ କର୍ମକର୍ତ୍ତା । ସେହିପରି କେନ୍ଦ୍ରରେ 50 ବର୍ଷର UPA ସରକାରର ଅପକୀର୍ତ୍ତି ଏବଂ କୁଶାସନ ବାବଦରେ ଜନସାଧାରଣଙ୍କ ପାଖରେ କହିବ ବିଜେପି । ରାଜ୍ୟରେ ବିଜେଡିର ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଲୋକ ଭୋଗିଥିବା ଦୁର୍ଦ୍ଦଶା କଥା ମଧ୍ୟ ଆଲୋଚନା କରାଯିବ । ଡବଲ ଇଞ୍ଜିନ ସରକାର ଆସିବା ପରେ କେନ୍ଦ୍ରୀୟ ଯୋଜନା ରୂପାୟନର ସୁଫଳ କଥା କହିବ ବିଜେପି । ସଂକଳ୍ପ ପତ୍ରର ପ୍ରତିଶ୍ରୁତିର ହିସାବ ମଧ୍ୟ ଦେବ ଦଳ । କୌଣସି 70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଯେମିତି ଆୟୁଷ୍ମାନ ଭାରତ ବାୟୋବନ୍ଦନା ଯୋଜନାରୁ ବଞ୍ଚିତ ନାହେବେ ସେ ନେଇ ମଧ୍ୟ ସଚେତନ କରାଯିବ ।
ସେପଟେ ରାଜ୍ଯରେ ସବୁ ମନ୍ତ୍ରୀ ମାନେ ତାଙ୍କର ଗୋଟେ ବର୍ଷର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି, "କେବଳ ରିପୋର୍ଟ କାର୍ଡ ନୁହଁ ଆଗାମୀ ଦିନରେ ନୂତନ ଯୋଜନା ପାଇଁ ଦିଆଯାଇଛି । ଆମର ଯେଉଁ 21 ଟି ପ୍ରମୂଖ ସଂକଳ୍ପ ପତ୍ରରେ ଉଲ୍ଲେଖ ଥିଲା ଆମ ସରକାର ପାଖାପାଖି 18 ଟି ମଧ୍ୟରୁ କିଛି ପୂରଣ କରିଛୁ ବାକି 7 ଟି ସମ୍ପୂର୍ଣ୍ଣ ହୋଇଛି। ଆଉ 11 ଟି ଯୋଜନା ପାଇଁ କାମ ଆରମ୍ଭ କରିଛୁ । କୌଣସି ସରକାର ପାଇଁ ଏହା ଠାରୁ ବଡ଼ ଉପଲବ୍ଧି ନାହିଁ।"












Click it and Unblock the Notifications