ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ; ଦିଲ୍ଲୀ ଏମ୍ସରେ ଭର୍ତ୍ତି

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ । ଗତକାଲି ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଛି । ୯୬ ବର୍ଷ ବୟସ୍କ ଆଡଭାନୀଙ୍କୁ ଏମ୍ସର ଜେରିଆଟ୍ରିକ ବିଭାଗର ଡାକ୍ତରଙ୍କ ତତ୍ୱାବଧାନରେ ଚିକିତ୍ସା କରାଯାଉଛି ।

LK Advan

ଗତ ରାତିରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି । ଅନ୍ୟପଟେ ପରିବାର ପକ୍ଷରୁ କୁହାଯାଇଛି ବୟସଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଛି ।

ବୁଧବାର ରାତିରେ ସ୍ଵାସ୍ଥ୍ୟବସ୍ଥାରେ ଅସୁସ୍ଥତା ପରିଲକ୍ଷିତ ହେବାରୁ ତାଙ୍କୁ ପରିବାର ଲୋକ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଲାଲକୃଷ୍ଣ ଆଡଭାନୀ ଥିଲେ ଉପପ୍ରଧାନମନ୍ତ୍ରୀ। ଚଳିତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଲାଲକୃଷ୍ଣ ଆଡଭାନୀ 1927 ମସିହା ନଭେମ୍ବର 8 ତାରିଖରେ ପାକିସ୍ତାନର କରାଚିରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । 1947 ଦେଶ ବିଭାଜନ ସମୟରେ ଆଡଭାନୀଙ୍କ ପରିବାର ପାକିସ୍ତାନ ଛାଡି ମୁମ୍ବାଇରେ ରହିଥିଲେ । ଆଡଭାନୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜରିଆରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ଧରି ଆରଏସଏସ ସହ ଜଡିତ ଥିଲେ । 1980ରେ ଭାରତୀୟ ଜନତା ପାର୍ଟି ଗଠନ ହୋଇଥିବା ବେଳେ, ଏହାର ପ୍ରତିଷ୍ଠାତା ସଦସ୍ୟ ଥିଲେ ଆଡଭାନୀ । ସେ 3 ଥର (1986ରୁ 1990, 1993ରୁ 1998 ଓ 2004ରୁ 2005) ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିଥିଲେ । ସେ 1998ରୁ 2004 ପର୍ଯ୍ୟନ୍ତ ଏନଡିଏ ମେଣ୍ଟରେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।ଅଟଳ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ 2002ରୁ 2004 ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ରାମ ମନ୍ଦିର ନିର୍ମାଣରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ଥିଲା । 2015 ମସିହାରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+