ଦଳୀୟ ନେତାଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ବିଜେପି, ଏହି କାରଣରୁ ପଠାଇଲା କାରଣ ଦର୍ଶାଅ ନୋଟିସ

ଦଳୀୟ ନେତାଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କଲା ଭାରତୀୟ ଜନତା ପାର୍ଟି । ପାର୍ଟିର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୟନ୍ତ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି। ଭୋଟ ଦେଲେନି କି ପ୍ରଚାର ଭାଗ ନେଲେନି। ଏପରିକି ସାଙ୍ଗଠନିକ କାମରେ ରୁଚି ଦେଖାଇଲେ ନାହିଁ। ଏହାକୁ ନେଇ ବିଜେପି ପକ୍ଷରୁ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି। ଦୁଇ ଦିନ ଭିତରେ ଏହାର ଉତ୍ତର ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜୟନ୍ତ ସିହ୍ନାଙ୍କ ବ୍ୟତୀତ ଧାନବାଦ ବିଧାୟକ ରାଜ ସିହ୍ନାଙ୍କୁ ମଧ୍ୟ ବିଜେପି ନୋଟିସ ଜାରି କରିଛି।

bjp

ହଜାରିବାଗ ଲୋକସଭା ଆସନରେ ମନୀଷ ଜୟସଓ୍ୱାଲଙ୍କୁ ପ୍ରାର୍ଥୀ କରାଯିବା ପରଠାରୁ ନିର୍ବାଚନ ପ୍ରଚାର କିମ୍ବା ସାଙ୍ଗଠନିକ କାମରେ ଆପଣ କାହିଁକି ରୁଚି ଦେଖାଇଲେ ନାହିଁ। ଏପରି ନିର୍ବାଚନରେ ନିଜର ଭୋଟ ଦେବା ଅଧିକାରକୁ ମଧ୍ୟ ସାବ୍ୟସ୍ତ କାହିଁକି କଲେନି ବୋଲି ଦଳ ଜୟନ୍ତ ସିହ୍ନାଙ୍କୁ ଏହି ନୋଟିସ୍‌ ଜାରି କରି ପ୍ରଶ୍ନ କରିଛି।

ଲୋକସଭା ନିର୍ବାଚନରେ ବିଜେପି ଜୟନ୍ତ ସହ୍ନାଙ୍କୁ ଟିକେଟ୍‌ ଦେଇନି। ଦଳର ଏହି ନିଷ୍ପତ୍ତିକୁ ନେଇ ସେ ଖପ୍ପା ଅଛନ୍ତି। ଏଥିପାଇଁ ସେ ନିର୍ବାଚନ ପ୍ରଚାରରୁ ମଧ୍ୟ ନିଜକୁ ଦୂରେଇ ରଖିଥିବା କୁହାଯାଉଛି। ତାଙ୍କର ଏହି ମନୋଭାବକୁ ଦେଖି ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସେହିପରି ଧାନବାଦ ବିଧାୟକଙ୍କୁ ମଧ୍ୟ ବିଜେପି ସୋ-କଜ୍‌ ନୋଟିସ୍‌ ଜାରି କରିଛି। ଧାନବାଦ୍ ଆସନରୁ ଦଳର ପ୍ରାର୍ଥୀଙ୍କ ବିରୋଧରେ ବିବୃତ୍ତି ଦେଇଥିବାରୁ ବିଜେପି ଧନବାଦ୍ ବିଧାୟକ ରାଜ ସିହ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+