ଭଙ୍ଗ ହେଲା ଗୋଆ ବିଧାନସଭା, ସରକାର ଗଠନ ପାଇଁ ଦାବି କରିବ ବିଜେପି

ପାନାଜି: ଗୋଆରେ ସରକାର ଗଠନ କରିବାକୁ ଦାବି କରିବ ବିଜେପି। ତେବେ ହୋଲି ପର୍ବ ପରେ ନୂତନ ସରକାରର ଶପଥ ପଥ ହେବ ବୋଲି ସୂତ୍ରରୁ ପ୍ରକାଶ। ବିଧାନସଭାର କାର୍ଯ୍ୟକାଳ ପୂର୍ଣ ହୋଇଆସୁଥିବା ଯୋଗୁ ସମୟାନୁସାରେ ନୂତନ ବିଧାନସଭା ଗଠନ ପାଇଁ ଗୋଆ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇତି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୂତନ ସରକାର ଗଠନ ପର୍ଯ୍ୟନ୍ତ ଗୋଆର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନିର୍ବାହ କରିବା ପାଇଁ ରାଜ୍ୟପାଳ ଶ୍ରୀ ସୱ୍ବନ୍ତଙ୍କୁ ନିଯୁକ୍ତି ଦେଇଛନ୍ତି।

Goa

ବିଧାୟକ ନିର୍ବାଚିତ ଗଣେଶ ଗାଓଙ୍କରଙ୍କୁ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ପ୍ରୋ-ଟର୍ମ ବାଚସ୍ପତି ଭାବରେ ଶପଥ ପାଠ କରାଇଛନ୍ତି। ଗୋଆ ରାଜ ଭବନ ରବିବାର ଦିନ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଗୋଆରେ ମାର୍ଚ୍ଚ 15 ରେ ସୁଦ୍ଧା ନୂତନ ବିଧାନସଭା ଗଠନ ହେବ। ବର୍ତ୍ତମାନ ଗୋଆ ବିଧାନସଭାର କାର୍ଯ୍ୟକାଳ 2022 ମସିହା ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ତଥା ଭାରତର ନିର୍ବାଚନ ଆୟୋଗର ବିଜ୍ଞପ୍ତିକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏହାକୁ ସମୟାନୁସାରେ ଭଙ୍ଗ କରିଥିଲେ। ବିଧାନସଭାର ନବନିର୍ବାଚିତ ସଦସ୍ୟ ମାନେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଶପଥ ଗ୍ରହଣ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+