ଗୁରୁବାର ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ବିଜେପି !
ନୂଆଦିଲ୍ଲୀ : ଆଉ ମାତ୍ର କେଇଟା ଦିନ ପରେ ହେବ ରାଜ୍ୟରେ ସାଧାରଣ ନିର୍ବାଚନ । ଏଥିଲାଗି ରାଜ୍ୟରେ ସବୁ ଦଳ ହୋଇଛନ୍ତି ଫୁଲ ତୟାର । କେଉଁ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସବୁ ରେଜନୈତକ ଦଳ ଜାରି ରଖିଛନ୍ତି ଅଙ୍କକଶା । ଏହି ମାହୋଲ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର ସମ୍ଭାବନା ରହିଛି ।
ଏହି ତାଲିକାରେ ଦଳର ହେଭିୱେଟ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ରହିବେ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି । ଫେବୃଆରୀ ୨୯ରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇପାରେ । ଏହି ବୈଠକ ପରେ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଆସିବ ବୋଲି କୁହାଯାଉଛି । ସୂତ୍ରରୁ ମିଳିଥିବା ସୂଚନାକୁ ଯଦି ବିଶ୍ୱାସ କରାଯାଏ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ମଧ୍ୟ ପ୍ରଥମ ତାଲିକାରେ ସ୍ଥାନ ପାଇବ ।
ପ୍ରଥମ ତାଲିକାରେ ସେହି ଆସନଗୁଡ଼ିକର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ଯେଉଁଥିରେ ୨୦୧୯ ଲୋକସଭା ନିର୍ବାଚନରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପ୍ରଥମ ତାଲିକା ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଶାସକ ଦଳ ଆଗାମୀ ନିର୍ବାଚନରେ ୫୪୩ ଲୋକସଭା ଆସନ ମଧ୍ୟରୁ ୩୭୦ ଜିତିବାର ଲକ୍ଷ୍ୟ ରଖିଛି ଏବଂ ଏନଡିଏ ପାଇଁ ୪୦୦ ଟି ଆସନ ପାଇବା ଦିଗରେ କାର୍ଯ୍ୟ କରୁଛି ।

ଅନ୍ୟପଟେ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହୋଇଛି ନିର୍ବାଚନୀ ମାନସମନ୍ଥନ । ସବୁ ରାଜ୍ୟର ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ନେଇ, ବୈଠକର ଅଧ୍ୟକ୍ଷତା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।












Click it and Unblock the Notifications