ଆସନ୍ତା କାଲିଠୁ ବିଜେପି କରିବ ଦେଶବ୍ୟାପି ତ୍ରିରଙ୍ଗା ଯାତ୍ରା
ଅପରେଶନ୍ ସିନ୍ଦୂରର ସଫଳତା ନେଇ ଭାଜପା କରିବ ତ୍ରିରଙ୍ଗା ଯାତ୍ରା । ଦେଶବ୍ୟାପୀ ଏହି ଯାତ୍ରା କରାଯିବ । କାଲିଠାରୁ ଦେଶବ୍ୟାପୀ ତ୍ରିରଙ୍ଗାଯାତ୍ରା ଆରମ୍ଭ କରାଯିବ । ତ୍ରିରଙ୍ଗା ଯାତ୍ରା ସାରା ଦେଶରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଭାଜପା ସାଂସଦ, କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେବେ ।

ଅପରେସନ ସିନ୍ଦୂରରେ ଭାରତ କିପରି ନିଜ ନାଗରିକମାନଙ୍କୁ ସଙ୍କଟରୁ ସୁରକ୍ଷିତ ରଖିଲା ଏବଂ ଜାତୀୟ ସ୍ଵାଭିମାନକୁ ମଜଭୁତ କଲା ସେ ବିଷୟରେ ବିଜେପି ଏହି ଅଭିଯାନ ଜରିଆରେ ଜନସାଧାରଣଙ୍କୁ ବୁଝାଇବ। ଦଳର ବରିଷ୍ଠ ନେତା ସମ୍ବିତ ପାତ୍ର, ବିନୋଦ ତାବଡେ ଏବଂ ତରୁଣ ଚୁଗଙ୍କୁ ତ୍ରିରଙ୍ଗା ଯାତ୍ରା ପରିଚାଳନା ଦାୟିତ୍ଵ ଦିଆଯାଇଛି। ଏହାବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତା ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଯାତ୍ରାର ନେତୃତ୍ଵ ନେବେ।












Click it and Unblock the Notifications