Get Updates
Get notified of breaking news, exclusive insights, and must-see stories!

ନ୍ୟାଶନାଲ୍‍ ହେରାଲ୍‍ଡ ମାମଲାରେ ବିଜେପି ନେତାଙ୍କ ପ୍ରତିକ୍ରିୟା, କହିଲେ କଂଗ୍ରେସ.....

ନ୍ୟାଶନାଲ୍‍ ହେରାଲ୍‍ଡ ମାମଲାରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଚାର୍ଜସିଟ୍‍ ଦାଖଲ ହେବା ପରେ ଦଳ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି । ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ନ୍ୟାଶନାଲ୍‍ ହେରାଲ୍‍ଡ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ଏକ ଆଇନଗତ ପ୍ରକ୍ରିୟା । ତେବେ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ମାଧ୍ୟମରେ ଏଥିରେ ବାଧା ସୃଷ୍ଟିକରାଯିବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ନିଜ ଶାସନ କାଳରେ ଏହି ମାମଲାରେ ବିପୁଳ ଋଣ ଛାଡ଼ କରିବା ପାଇଁ ଅଧିକାରୀଙ୍କୁ ଲାଞ୍ଚ ଦେଇଥିବା ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି ।

ravi shankar prasad

ଅନ୍ୟପକ୍ଷରେ, ଦଳର ବରିଷ୍ଠ ନେତାଙ୍କ ବିରୁଦ୍ଧରେ ଚାର୍ଜସିଟ୍‍ ଦାଖଲକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିଶୋଧ ମୂଳକ ରାଜନୀତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନାଯୋଗ୍ୟ ଏହି ମାମଲାରେ ଦିଲ୍ଳୀର ରାଉଜ୍‍ ଆଭିନ୍ୟୁ କୋର୍ଟରେ ଇଡି ପକ୍ଷରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମରେ ଚାର୍ଜସିଟ୍‍ ଦାଖଲ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+