ଭୋଜପୁରୀ ଅଭିନେତାଙ୍କୁ ବିଦା କଲା ବିଜେପି
Bhojpuri Superstar Pawan Singh: ଭୋଜପୁରୀ ଅଭିନେତାଙ୍କୁ ବିଦା କଲା ବିଜେପି । ଦଳରେ ରହି ମଧ୍ୟ ସେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବାରୁ ଦଳରୁ ତାଙ୍କୁ ବହିଷ୍କୃତ କରାଯାଇଛି । ତେବେ ଦଳ ବିରୋଧି କାର୍ଯ୍ୟ ପାଇଁ ସିଙ୍ଗର ତଥା ଅଭିନେତା ପବନ ସିଂହକୁ ବହିଷ୍କୃତ କରାଯାଇଛି ।
ସୂଚନା ଅନୁସାରେ, ବିହାରର ବିଜେପି ପ୍ରଭାରୀ ସମ୍ରାଟ ଚୌଧୁରୀଙ୍କ ଆଦେଶ ପରେ ତାଙ୍କୁ ଦଳରୁ ବାହର କରାଯାଇଛି । ଲୋକସଭା ନିର୍ବାଚନ ୨୦୨୪ରେ ଏନଡିଏ ପ୍ରାର୍ଥୀଙ୍କ ବପକ୍ଷରେ ନିର୍ବାଚନ ଲଢୁଛନ୍ତି ପବନ ସିଂହ । ଅଭିନେତାଙ୍କର ଏପରି ପଦକ୍ଷେପ ପାଇଁ ତାଙ୍କୁ ଦଳକୁ କଢାଯିବାର ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ବିଜେପି ପକ୍ଷରୁ ତାଙ୍କୁ ପଶ୍ଚିମବଙ୍ଗ ଆସନ ସୋଲରୁ ଟିକେଟ୍ ଦିଆଯାଇଥିଲା ହେଲେ ସେ ଉକ୍ତ ସିଟରୁ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ । ଯାହା ପରେ ସେ ବିହାରର କାରକାଟ ଆସନରୁ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଥିଲେ । ଏନେଇ ଅଭିନେତାଙ୍କ କହିଥିଲେ ଯେ, ତାଙ୍କ ମା'ଙ୍କୁ ଦେଇଥିବା କଥା ରଖିବା ପାଇଁ ସେ ଉକ୍ତ ଆସନରୁ ନିର୍ବାଚନ ଲଢୁଛନ୍ତି ।












Click it and Unblock the Notifications