Get Updates
Get notified of breaking news, exclusive insights, and must-see stories!

ପହଲଗାମରେ ଆତଙ୍କୀ ଘଟଣାରେ ସିଦ୍ଦରମେୟାଙ୍କ ବୟାନକୁ ନେଇ ସୃଷ୍ଟି ହେଲା ଝଡ, ବିଜେପି କହିଲା......

ପହଲଗାମରେ ଭୟାନକ ଆତଙ୍କୀ ଆକ୍ରମଣ ନେଇ ସାରା ଦେଶ ଶୋକ ପ୍ରକାଶ କରୁଥିବା ବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆକ୍ରମଣ ପଛରେ ଥିବା ପାକିସ୍ତାନକୁ ଦାୟୀ କରିବା ପରିବର୍ତ୍ତେ 'ଶାନ୍ତି' ପାଇଁ ଆହ୍ୱାନ ଦେଇ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି । କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ମଧ୍ୟ ଏବେ ପାକିସ୍ତାନ ଅସ୍ତ୍ର କରି ଆକ୍ରମଣକୁ ନେଇ ରହିଥିବା ମତପାର୍ଥକ୍ୟକୁ ଦର୍ଶାଇ ଭାରତକୁ ପରିହାସ କରୁଛି।

ପାକିସ୍ତାନ ଗଣମାଧ୍ୟମରେ ସିଦ୍ଦରମୈୟାଙ୍କ ବୟାନ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବୈସାରଣ ଉପତ୍ୟକାରେ ପର୍ଯ୍ୟଟକଙ୍କ ନିର୍ମମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ସମଗ୍ର ଦେଶ କ୍ଷୁବ୍ଧ ହୋଇ ଏକାଠି ହୋଇଥିବା ବେଳେ ସିଦ୍ଦରମୈୟା ତାଙ୍କ ଭାଷଣରେ କହିଛନ୍ତି, ପାକିସ୍ତାନ ବିରୋଧରେ ଯୁଦ୍ଧର କୌଣସି ଆବଶ୍ୟକତା ନାହିଁ, ଆମେ ଶାନ୍ତି ଚାହୁଛୁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପହଲଗାମ ଆକ୍ରମଣ ପାଇଁ ଭାରତୀୟ ଏଜେନ୍ସିଙ୍କ ଅବହେଳା ହିଁ ଦାୟୀ ।

Siddaramaiah

କେବଳ ସୁରକ୍ଷାକୁ କଡ଼ାକଡ଼ି କରିବା ଏବଂ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବା ସମୟର ଆବଶ୍ୟକତା ବୋଲି ସିଦ୍ଦରମେୟାଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା କୂଟନୈତିକ ଉତ୍ତେଜନା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଆସିଛି। ସିଦ୍ଦରମୈୟା ତାଙ୍କ ବୟାନ ପାଇଁ ତୁରନ୍ତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି କର୍ଣ୍ଣାଟକର ବିରୋଧୀ ଦଳ ନେତା ଆର୍‌ ଅଶୋକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଜାତୀୟ ସ୍ୱାର୍ଥ ଅପେକ୍ଷା ଭୋଟ୍ ବ୍ୟାଙ୍କ ରାଜନୀତିକୁ ପ୍ରାଥମିକତା ଦେଉଛନ୍ତି।

ତାଙ୍କ ମାନସିକତା ଲଜ୍ଜାଜନକ ଏବଂ ରାଜ୍ୟବାସୀ ତାଙ୍କୁ ନେଇ ଅପମାନିତ ଅନୁଭବ କରୁଛନ୍ତି ବୋଲି ଅଶୋକ କହିଛନ୍ତି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସିଦ୍ଦରମୈୟାଙ୍କୁ ଟାର୍ଗେଟ କରି ଏକ୍ସରେ ଲେଖିଛନ୍ତି, କଂଗ୍ରେସ ପାକିସ୍ତାନକୁ ଉଦ୍ଧାର କରିବାକୁ ଦୌଡ଼ୁଛି। କଂଗ୍ରେସ କାହିଁକି ସବୁବେଳେ ଆତଙ୍କବାଦୀଙ୍କ ସହ ଛିଡ଼ା ହୁଏ ବୋଲି ମାଲବ୍ୟ ପ୍ରଶ୍ନ କରିଛନ୍ତି।

ସୋସିଆଲ ମିଡିଆରେ ସିଦ୍ଦରମୈୟାଙ୍କ ବୟାନକୁ ନେଇ କଡ଼ା ସମାଲୋଚନାର ଲହର ଉଠିଛି ଏବଂ ଅନେକ ୟୁଜର୍ସ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ 'ଦେଶଦ୍ରୋହୀ' ବୋଲି ଆଖ୍ୟା ଦେବା ସହ କେନ୍ଦ୍ର ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଭାରତ ଏହି 'ଦେଶଦ୍ରୋହୀ'ମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ସମୟ ଆସିଯାଇଛି ବୋଲି ଅନେକ ନେଟିଜେନ୍‌ ମତ ରଖିଛନ୍ତି।

କର୍ଣ୍ଣାଟକର କଂଗ୍ରେସ ସରକାର ଦେଶର ଶତ୍ରୁଙ୍କ ସହ ଠିଆ ହେବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସିଦ୍ଦରମୈୟାଙ୍କ ନେତାଙ୍କ ଉପରେ ଅଙ୍କୁଶ ଜରୁରୀ ବୋଲି ଅନେକ ମତ ରଖିଛନ୍ତି। ଚାରିଆଡ଼ୁ ସମାଲୋଚନା ପରେ ସିଦ୍ଦରମୈୟା କହିଛନ୍ତି ଯେ ତାଙ୍କ ବୟାନର ଭିନ୍ନ ଅର୍ଥ ବାହାର କରାଯାଉଛି ଏବଂ ସେ ପାକିସ୍ତାନକୁ ସୁହାଇବା ଭଳି ସେ କିଛି କହିନାହାନ୍ତି। ପାକିସ୍ତାନ ସହିତ ତୁରନ୍ତ ଯୁଦ୍ଧ ଆବଶ୍ୟକ ନଥିବା ମୁଁ କହିଥିଲି ବୋଲି ସିଦ୍ଦରମୈୟା କହିଛନ୍ତି।

ପାକିସ୍ତାନୀ ନାଗରିକଙ୍କୁ ତୁରନ୍ତ ଦେଶାନ୍ତର କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସିଦ୍ଦରମୈୟାଙ୍କ ନିରପେକ୍ଷ ସ୍ୱର ବିଭିନ୍ନ ମହଲକୁ ବିସ୍ମିତ କରିଛି। କଂଗ୍ରେସ କେନ୍ଦ୍ରକୁ ସହଯୋଗ କରିବ ବୋଲି ନିଶ୍ଚିତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ରାଜ୍ୟରେ ଥିବା ପାକିସ୍ତାନୀଙ୍କ ସଂଖ୍ୟା ବିଷୟରେ ମଧ୍ୟ ତାଙ୍କର ଅଜ୍ଞତା ସ୍ୱୀକାର କରିଛନ୍ତି। କର୍ଣ୍ଣାଟକରେ କେତେ ପାକିସ୍ତାନୀ ରହୁଛନ୍ତି ତାହା ମୁଁ ଜାଣିନାହିଁ ବୋଲି ସିଦ୍ଦରମୈୟାଙ୍କ ବୟାନକୁ ମଧ୍ୟ କଡ଼ା ସମାଲୋଚନା କରାଯାଉଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+