ମୋଦି ଓ ତାଙ୍କ ମା’ଙ୍କ AI ଭିଡିଓ ମାମଲା ; କଂଗ୍ରେସ IT ସେଲ୍ ବିରୋଧରେ ଏଫଆଇଆର
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା । ମାଙ୍କୁ ଅପମାନ ନେଇ ରାଜନୀତି ଘମାସାନ ହୋଇଛି । ସୀମା ଟପିଛି କଂଗ୍ରେସର ଅଭଦ୍ରାମୀ । ବିହାର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ପ୍ରସ୍ତୁତ ହୋଇଥିଲା । ବିହାର କଂଗ୍ରେସର ଅଫିସିଆଲ୍ X ହ୍ୟାଣ୍ଡଲ୍ରୁ ଏହି AI-ଜେନେରେଟେଡ୍ ଭିଡିଓ ପବ୍ଲିସ ହୋଇଥିଲା । ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱପ୍ନରେ ତାଙ୍କ ମାତା ତାଙ୍କ ରାଜନୀତି ଉପରେ ନିନ୍ଦା କରାଯାଉଥିବା ଦେଖାଯାଇଛି । ଏହା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବାରୁ ରାଜନୈତିକ ବିବାଦ ସୃଷ୍ଟି କରିଛି । କଂଗ୍ରେସର ଏପରି କରି ଅଭଦ୍ରାମିର ସବୁ ସୀମା ଉଲ୍ଲଙ୍ଘନ ବୋଲି ବିଜେପି ନେତା ମାନେ କଡା ନିନ୍ଦା କରିଛନ୍ତି ।

ଭାରତୀୟ ଜନତା ପାର୍ଟି (ଭାଜପା)ର ଦିଲ୍ଲୀ ୟୁନିଟର ନିର୍ବାଚନ ସେଲର ସଂଯୋଜକ ସଙ୍କେତ ଗୁପ୍ତାଙ୍କ ଦ୍ୱାରା କଂଗ୍ରେସ ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଏହି FIR ରୁଜୁ କରିଛି। ସଙ୍କେତ ଗୁପ୍ତା ଦିଲ୍ଲୀ ପୋଲିସର ନର୍ଥ ଆଭେନ୍ୟୁ ପୋଲିସ ଷ୍ଟେଶନରେ ଏକ ଏଫଆଇଆର ଦାଖଲ କରିଛନ୍ତି।
ଭାଜପା ନେତା ସଙ୍କେତ ଗୁପ୍ତା କହିଛନ୍ତି, 'ଏହି ଏଆଇ ଜେନେରେଟେଡ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସ୍ବର୍ଗତ ମାଆଙ୍କ ପ୍ରତିଛବିକୁ ଭୁଲ ଭାବରେ ଦର୍ଶାଯାଇଛି। ଏହି ଭିଡିଓ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବିକୁ ଆଘାତ ଦେବା ପାଇଁ ତିଆରି କରାଯାଇନାହିଁ, ବରଂ ଏହା ମହିଳାଙ୍କ ମର୍ଯ୍ୟାଦା ଏବଂ ମାତୃତ୍ୱ ପ୍ରତି ଘୋର ଅପମାନ।'
ବିଜେପି ଏହାକୁ ରାଜନୀତିର ସୀମା ବାହାର କରି ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ ବୋଲି କହିଛି।
ଅଭିଯୋଗକାରୀ ଭାଜପା ନେତା ସଙ୍କେତ ଗୁପ୍ତା ଦାୟର ଏଫଆଇଆରରେ ବିହାରର ଦରଭଙ୍ଗା ଜିଲାରେ ଘଟିଥିବା ଘଟଣାର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, '୨୦୨୫ ଅଗଷ୍ଟ ୨୭-୨୮ ତାରିଖରେ ବିହାରର ଦରଭଙ୍ଗା ଜିଲାରେ ଆୟୋଜିତ କଂଗ୍ରେସ ଏବଂ ଆରଜେଡିର ଭୋଟର ଅଧିକାର ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମାଆଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦିଆଯାଇଥିଲା।' ସେ କହିଛନ୍ତି, 'ଏହି ସମ୍ପୂର୍ଣ୍ଣ ଘଟଣା କଂଗ୍ରେସ ଦ୍ୱାରା ସୁଚିନ୍ତିତ ଥିଲା। ଏହା ନିର୍ବାଚନ ବାତାବରଣକୁ ପ୍ରଭାବିତ କରିବାର ଏକ ପ୍ରୟାସ ଥିଲା।'












Click it and Unblock the Notifications