ମହାରାଷ୍ଟ୍ରର କାହାଣୀ: ବିଜେପି ଇଙ୍ଗିତରେ ଲେଖାଯାଇଛି ସ୍କ୍ରିପ୍ଟ
ମହାରାଷ୍ଟ୍ରରେ ବିରୋଧୀ ଦଳର ଖେଳ ବିଗାଡିବା ଘଟଣା ଦେଶର ରାଜନୈତିକ ପାଣିପାଗକୁ ଉଷ୍ମ କରିଥିବା ବେଳେ ଏହା ପଛରେ ରହିଛି ବିଜେପିର ଗଭୀର ରଣନୀତି । କଥିତ ଅଛି, ରାଜନୀତିରେ ଯାହା ଦେଖାଯାଏ ତାହା ହୁଏ ନାହିଁ, ଏବଂ ଯାହା ହୁଏ, ତାହା ଦେଖାଯାଏ ନାହିଁ । ଅଜିତ ପାୱାରଙ୍କ ଏହି ନୂଆ ଅବତାର ପଛରେ ସୁଦୀର୍ଘ ରାଜନୈତିକ ଚିଠା ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।

ଅଜିତ ପାୱାରଙ୍କ ଏହି ମହା ନାଟକରେ କାହାଣୀର ପ୍ରଚ୍ଛଦ ପଟ୍ଟରେ ବିଜେପି ନେତା ଦେବେନ୍ଦ୍ର ଫଡ ନବିସ ଖୋଦ ଶରଦ ପାୱାର, ଏବଂ ପ୍ରଫୁଲ ପଟେଲଙ୍କ ଭଳି ନେତାଙ୍କ ସୁଚିନ୍ତିତ ଯୋଜନା ରହିଥିବା ଆଭାଷ ମିଳୁଛି । ରବିବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହେବା ଯାଏଁ ସବୁ କିଛି ଠିକ ଥିଲା । ହଠାତ ଏନସିପିର ବିଦ୍ରୋହ ଅପ୍ରତ୍ଯାଶିତ ନଥିଲା, ଏହା ସେହି କାହାଣୀର ଅଂଶ ଯାହାର ସ୍କ୍ରିପ୍ଟ ଲେଖା ହୋଇଥିଲା ଦୁଇ ଦଳର ମୁଖିଆ ମାନଙ୍କ ଇଙ୍ଗିତରେ ।
ଏହି ଘଟଣାର ଚାରି ଦିନ ପୂର୍ବେ ଦେବେନ୍ଦ୍ର ଫଡନାଭିସ୍ ଏକ ସାକ୍ଷାତକାରରେ କହିଥିଲେ ଯେ ୨୦୧୯ରେ ଅଜିତ ପାୱାର ଶରଦ ପାୱାରଙ୍କ ସହମତିରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ଶରଦ ପାୱାରଙ୍କ ସହ ବିଜେପି ଅନେକ ଥର ଆଲୋଚନା କରିବା ପରେ ଏହା ହୋଇଥିଲା । ନିଜେ ଶରଦ ପାୱାର ଏହି କଥାକୁ ସ୍ଵୀକାର କରିଛନ୍ତି । ସେ କହିଥିଲେ ହଁ ମୋର କଥାବାର୍ତ୍ତା ହୋଇଥିଲା କିନ୍ତୁ ମୁଁ ଫଡନାଭିସକୁ ଗୁଗୁଲି କରିଥିଲି ।
ଦେବେନ୍ଦ୍ର ଫଡନାଭିସଙ୍କ ସେହି ସାକ୍ଷାତକାର ଏକ ଯୋଜନାବଦ୍ଧ ରଣନୀତି ଥିଲା ଉଭୟ ଏନସିପି ଏବଂ ବିଜେପିର । ନଚେତ, ଶରଦ ପାୱାର ଚାହିଁଥିଲେ ଆରାମରେ କହିଦେଇଥାନ୍ତେ, ଯେ, ବିଜେପି ସହିତ କେବେ କଥା ହୋଇନାହିଁ ବୋଲି । ଅଜିତ ପାୱାରଙ୍କ ସ୍ଥିତିକୁ ସଫା କରିବା ପାଇଁ ଦେବେନ୍ଦ୍ର ଫଡନାଭିସଙ୍କ ସହ ଶରଦ ପାୱାର ବୈଠକ କରିଥିଲେ କି? ସେହି ବୈଠକ ମାଧ୍ୟମରେ ସରକାରରେ ଯୋଗଦେବା ପାଇଁ ଏନସିପି ପାଇଁ ସ୍କ୍ରିପ୍ଟ ଲେଖାଯାଉଥିଲା କି?
ଏନସିପିର ନଅ ଜଣ ବିଧାୟକ ମନ୍ତ୍ରୀ ହେବା ପରେ ଯେତେବେଳେ ଶରଦ ପାୱାରଙ୍କୁ ଏହା ମଧ୍ୟ ଗୁଗଲି କି ବୋଲି ପଚରାଯାଇଥିଲା, ସେ କହିଥିଲେ ଯେ ଏହା ଗୁଗଲି ନୁହେଁ ବରଂ ଲୁଟ ବୋଲି କହିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଏବେ ଶରଦ ପାୱାର ସମ୍ପୂର୍ଣ୍ଣ ଭାବେ ହାତ ଟେକି ଦେଇଛନ୍ତି । ସେ ସରକାରରେ ଯୋଗଦେବାକୁ ଥିବା ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କୁ ଲେଖିବେ ନାହିଁ କିମ୍ବା କୋର୍ଟର ଦ୍ଵାରସ୍ଥ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଇଛି ଏବେ ସୁଦ୍ଧା ସେ ବିଚାର କରୁଛନ୍ତି ଏନଡିଏକୁ ଯିବେ କି ନାହିଁ ?
ନରେନ୍ଦ୍ର ମୋଦୀ ଖୁବ ଶୀଘ୍ର କେନ୍ଦ୍ର କ୍ୟାବିନେଟକୁ ସଂପ୍ରସାରଣ କରିବାକୁ ଯାଉଛନ୍ତି, ଯେଉଁଥିରେ ଉଭୟ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ମନ୍ତ୍ରୀ କରାଯିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଶପଥ ଗ୍ରହଣ ପୂର୍ବରୁ ଅଜିତ ପାୱାର ତାଙ୍କ ସରକାରୀ ବାସଭବନରେ ଡାକିଥିବା ଏକ ବୈଠକରେ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲ ଯୋଗ ଦେଇଥିଲେ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଏହା ଏକ ହଠାତ ଖେଳ ଯାଇଥିବା ଖେଳ ନୁହେଁ, ଏକ ସୁଚିନ୍ତିତ ପ୍ଲଟ ଅଟେ । ଅଜିତ ପାୱାର ଏଥର ଏନସିପି ମୁଖିଆ ଶରଦ ପାୱାରଙ୍କ ପିଠି ପଛରେ କିଛି କରିନାହାଁନ୍ତି। ଖୋଲାଖୋଲି ଖେଳିଛନ୍ତି, ସମସ୍ତଙ୍କୁ ଜଣାଇ ।
ଖେଳ ପଛରେ ରହିଛି ଏହି କାରଣ: କିଛିଦିନ ପୂର୍ବ ଶରଦ ପାୱାର କହିଥିଲେ ଯେ, ୨୦୨୪ରେ ମୋଦୀଙ୍କୁ ହରାଇବା ଏତେ ସହଜ ନୁହେଁ । ଏହି ମନ୍ତବ୍ୟ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ବିଶେଷ କରି ବିରୋଧୀ ଦଳକୁ ଅଧିକ ନିରୂତ୍ସାହିତ କରିଥିଲା । ଦଳର ଭବିଷ୍ୟତ ସହିତ ଝିଅ ସୁପ୍ରିୟ ସୁଲେଙ୍କ ରାଜନୈତିକ କ୍ଯାରିଅରକୁ ନେଇ ଚିନ୍ତିତ ଶରଦ ଏମିତି ଗୋଟି ଚଳାଇବାକୁ ଚାହୁଁଛନ୍ତି ଯେଉଁଥିରେ ତାଙ୍କ ରାଜନୈତିକ ଛବି ଉପରେ କୌଣସି ପ୍ରଶ୍ନ ଚିହ୍ନ ଲାଗିବ ନାହିଁ । ଏଥିପାଇଁ ଅଜିତଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳିଚାଳନା କରିବା ସହଜରେ ଅନୁମେୟ ।
ମହାରାଷ୍ଟ୍ରର କଂଗ୍ରେସ, ଏନସିପି ଓ ଉଦ୍ଧବ ଶିବସେନା ଗୋଷ୍ଠୀର ମହା ବିକାଶ ଅଗାଧି ମେଣ୍ଟର ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ ଶରଦ ପାୱାର । ସଞ୍ଜୟ ରାଉତଙ୍କ ମାତ୍ରାଧିକ ତଥା ଅନାବଶ୍ୟକ ଅନୁପ୍ରବେଶରେ ମଧ୍ୟ ବିରକ୍ତ ଥିଲେ ଶରଦ । ସୁପ୍ରିୟା ସୁଲେଙ୍କ ଥଇଥାନ ଏବଂ ଦଳର ଭାବମୂର୍ତ୍ତିକୁ ବଜାୟ ରଖି ସୁରକ୍ଷିତ ଗୋଟି ଚାଳନା କରିବାକୁ ପସନ୍ଦ କରିଛନ୍ତି ଶରଦ ପାୱାର ।
ଫାଡନବିସଙ୍କ ଭୂମିକା: ବିଜେପି ସହ ସମ୍ଭାବ୍ୟ ମେଣ୍ଟ ନେଇ ଶରଦ ପାୱାର ସାକ୍ଷାତ କରିବା ପରେ ଏହାକୁ ଗୁଗୁଲି କହି ହାଲୁକାରେ ଉଡାଇ ଦେଇଥିଲେ ମଧ୍ୟ, ଫଡନବିସ ଏହାକୁ ନେଇଥିଲେ ଅତି ଗମ୍ଭୀରତାର ସହ । କାଳେ, ପୁଣି ଥରେ ଶରଦ କଥାରୁ ଓହରି ଯିବେ, ସେଥିପାଇଁ ବିଜେପି ରଚିଥିଲା ଭିତିରିଆ ଷଡଯନ୍ତ୍ର । ଏଥର ପାଲକୁ ଆଣିଥିଲା ଶରଦଙ୍କ କ୍ୟାମ୍ପର ଟାଣୁଆ ନେତା ଛଗନ ଭୁଜବଲ ଓ ପ୍ରଫୁଲ ପଟେଲଙ୍କୁ । କୁହାଯାଉଛି କଂଗ୍ରେସକୁ ମାତ ଦେଇ ଦଳକୁ ସୁରକ୍ଷିତ ରଖିବା ପାଇଁ ବିଜେପି ସ୍କ୍ରିପ୍ଟରେ ପରିବେଷଣ ହୋଇଛି ମହାରାଷ୍ଟ୍ରର ମହା ନାଟକ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications